ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ, ଧର୍ମ ନିରପେକ୍ଷତା ଓ ସାର୍ବଭୌମ ଆମ ସମ୍ବିଧାନର ମୂଳପିଣ୍ଡ – ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଜିଲ୍ଲା ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଯାଜପୁର, ୨୬/୦୧/୨୦୨୫ (ଓଡ଼ିଶା ସମାଚାର)-ରବିବାର କୁସୁମା ସମ୍ମୁଖ ପଡ଼ିଆରେ ୭୬ ତମ ଜିଲ୍ଲା ସ୍ତରୀୟ ସଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି। ଏହି ଜାତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ମାନ୍ୟବର ମନ୍ତ୍ରୀ ଆଇନ୍,ପୂର୍ତ୍ତ,ଅବକାରୀ, ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଜାତୀୟ ପତାକା ଉତ୍ତୋଳନ ଓ ପ୍ୟାରେଡରେ  ଅଭିବାଦନ ଗ୍ରହଣ କରି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟାନ୍ୟ ବୀର ସ୍ଵାଧୀନତା ସଂଗ୍ରାମୀ, ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକର ଓ ଅନ୍ୟାନ୍ୟ ବୀର ସହୀଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ  ଅଭିଭାଷଣ ପ୍ରଦାନ ପୂର୍ବକ କହିଲେ ଆଜି ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଐତିହ୍ୟ ସମୃଦ୍ଧ ଯାଜପୁର ଜିଲ୍ଲାର ଭାଇଭଉଣୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ରାଜା ଯଯାତି କେଶରୀଙ୍କ ରାଜଧାନୀ ଭାବେ ପରିଚିତ ଏହି ଜିଲ୍ଲା ଆଜି ପ୍ରଗତିର ପାହାଚ ଚଢ଼ି ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି ।ଆଜିର ଦିନ ସମସ୍ତ ଦେଶବାସୀଙ୍କ ପାଇଁ ଗର୍ବ ଓ ଗୌରବର ଦିନ। ୧୯୫୦ ମସିହା ଆଜିର ଦିନରେ ଆମେ ଆମ ସମ୍ବିଧାନ ପାଇଲୁ। ଆମ ସମ୍ବିଧାନ ଆଜି ବିଶ୍ଵର ବୃହତ୍ତମ ଲିଖିତ ସମ୍ବିଧାନର ମାନ୍ୟତା ଲାଭ କରିଛି। ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ, ଧର୍ମନିରପେକ୍ଷତା ଓ ସାର୍ବଭୌମ ଆମ ସମ୍ବିଧାନର ମୂଳପିଣ୍ଡ। ଏହିଭଳି ପବିତ୍ର ସମ୍ବିଧାନ ଗଠନର ପୁରୋଧା ବାବାସାହେବ୍ ଭୀମରାଓ ଆମ୍ବେକରଙ୍କୁ ମୁଁ ମଥାନତ ପ୍ରଣାମ ଜଣାଉଛି। କଳା, ସାହିତ୍ୟ, ସଂସ୍କୃତି ଓ ଅପରୂପ ସୋନ୍ଦର୍ଯ୍ୟର ଅନନ୍ୟ କ୍ଷେତ୍ର ହେଉଛି ଯାଜପୁର ଜିଲ୍ଲା। ଖଣିଜ ସଂପଦ ଓ ଶିଳ୍ପର ସହର ଭାବେ ଆଜି ଯାଜପୁର ଜିଲ୍ଲା ସାରା ଓଡ଼ିଶାରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି। ଦେଶର ସ୍ଵାଧୀନତା ସଂଗ୍ରାମରେ ଯାଜପୁର ଜିଲ୍ଲାର ଅବଦାନ ଅବିସ୍ମରଣୀୟ। ବରୀ ବାଲିଆ ଗ୍ରାମର ଜମିଦାର ରାମକୃଷ୍ଣ ସାମନ୍ତ ସିଂହାର, ଧ୍ରୁବ ଚରଣ ରାୟ, ବିଚିତ୍ରାନନ୍ଦ ଶୁକ୍ଳା, ବୀରକିଶୋର ରାୟ ପ୍ରମୁଖ ବ୍ରିଟିଶ ଶକ୍ତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ। ୧୯୪୨ ମସିହାରେ ସଂଗଠିତ ଭାରତ ଛାଡ଼ ଆନ୍ଦୋଳନରେ ବରୀରକାଇପଡ଼ାଠାରେ ମାୟାଧର ଭୂୟାଁ, ହାଡ଼ିବନ୍ଧୁ ପଣ୍ଡା, ସାନନ୍ଦ ସ୍ବାଇଁ ସାଉଁଟି ମଲ୍ଲିକ ବିପ୍ଳବର ବହ୍ନିରେ ଝାସ ଦେଇ ପୋଲିସ ଗୁଳିରେ ଶହୀଦ ହୋଇ ଯାଜପୁର ମାଟିକୁ ଧନ୍ୟ କରିଛନ୍ତି। ଦେଶରେ କିମ୍ବା ପ୍ରଦେଶରେ ବିଛିନ୍ନତା ତଥା ହିଂସାର କୌଣସି ସ୍ଥାନ ନାହିଁ ।ଯଶଶ୍ଵୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୧୯୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି  ୧୯୩୬ ମସିହାରେ ଆମେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ଯାଉଥିବାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିକଶିତ ଓଡ଼ିଶା @ ୧୯୩୬ ପାଇଁ ଲକ୍ଷ୍ୟ ରଖିଛୁ। ରାଜତନ୍ତ୍ରର ବିଲୋପ ଏବଂ ବିଦେଶୀ ଶକ୍ତିକୁ ଅପସାରଣ କରିବା ସହ ଆମେ ଭାରତବାସୀ ସାରା ବିଶ୍ବକୁ ଦେଖେଇଦେଲୁ ଯେ ଆମେ ଗଣତନ୍ତ୍ରରେ ବିଶ୍ୱାସ ରଖୁ ବୋଲି ଶ୍ରୀ ହରିଚନ୍ଦନ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ। ପରେ ମୁଖ୍ୟ ଅତିଥି ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ଶ୍ରେଷ୍ଠ ଉଦ୍ୟାନ କୃଷି ଭାବେ ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ପ୍ରାଣକୃଷ୍ଣ କର ସ୍ମାରକୀ ଟ୍ରଫି ସହିତ ଟ. ୧୦୦୦ ପ୍ରୋତ୍ସାହନ ରାଶି, ଶ୍ରେଷ୍ଠ ପ୍ରଶାସନିକ ଅଧିକାରୀ ଭାବେ ଜିଲ୍ଲା ଅବକାରୀ ଅଧିକ୍ଷକ, ଯାଜପୁର ଶ୍ରୀଯୁକ୍ତ ଅମରେନ୍ଦ୍ର ଜେନାଙ୍କୁ ପ୍ରିୟମ୍ବଦା ଦେବୀ ସ୍ମାରକୀ ଟ୍ରଫି, ଉତ୍ତରୀୟ ଓ ମାନପତ୍ର ସହ ଗୋଟିଏ ଫଳ ଚାରା ବଣ୍ଟନ କରିଥିଲେ। ସମ୍ମିଳିତ ପ୍ୟାରେଡରେ ସଶସ୍ତ୍ର ବାହିନୀ, ପୋଲିସ ବ୍ୟାଣ୍ଡ ପାର୍ଟି, ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଏନ୍.ସି.ସି. ସ୍କାଉଟ୍ ଓ ଗାଇଡ, ସିଭିଲିଆନ ଦଳଙ୍କୁ ନେଇ ମୋଟ ୪୫ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ। ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ଶ୍ରୀ ଦିନେଶ କୁମାର ସାହୁ ଓ ସର୍ଜେଣ୍ଟ ଶ୍ରୀଯୁକ୍ତ ଭାଗିରଥୀ ବେହେରା, ପ୍ୟାରେଡ ପରିଚାଳନା କରିଥିଲେ। ଏଥିରେ ଏନ୍.ସି.ସି. ସ୍ତରରେ ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟ, ଜେ.ଆର.ସି ବାଳକ ଗ୍ରୁପ, ପ୍ରଥମ, ଚିତାଳୋ ମହାବିଦ୍ୟାଳୟ ଏନ୍.ସି.ସି ଦ୍ଵିତୀୟ, ଯାଜପୁର ଜିଲ୍ଲା ସ୍କୁଲ୍, ଗାଇଡ ବାଳିକା ଗ୍ରୁପ ତୃତୀୟ, ମହାବିଦ୍ୟାଳୟ ସ୍ତରରେ ଜବାହର ନବୋଦୟ ବିଦ୍ୟାଳୟ, ପାଣିକୋଇଲି, ବାଳକ ଗ୍ରୁପ ପ୍ରଥମ, ବିଦ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଳିକା ଗ୍ରୁପ ଦ୍ଵିତୀୟ, ଲିସିଅମ୍ +୨ ବିଜ୍ଞାନ ଆବାସିକ ମହାବିଦ୍ୟାଳୟର ବାଳକ ଗ୍ରୁପ ତୃତୀୟ, ଉଚ୍ଚ ବିଦ୍ୟାଳୟ ସ୍ତରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଯାଜପୁର ନଗର, ସିନିୟର୍ ସିଭିଲ ଗ୍ରୁପ ପ୍ରଥମ, ଜବାହର ନବୋଦୟ ବିଦ୍ୟାଳୟ ବାଳିକା ଗ୍ରୁପ ଦ୍ଵିତୀୟ, ଆପେକ୍ସ ଇଂରାଜୀ ମିଡ଼ିଅମ୍ ସ୍କୁଲ, ସିନିୟର୍ ବଏଜ୍ ସିଭିଲ ଗ୍ରୁପ ତୃତୀୟ, ମାଧ୍ୟମିକ ସ୍ତରରେ ଡି.ଏ.ଭି ପବ୍ଲିକ ସ୍କୁଲ ବଏଜ ସିଭିଲ ଗ୍ରୁପ୍ ପ୍ରଥମ, ଏସ.ବି.ଡି ଇଣ୍ଟରନ୍ୟାସନାଲ ସ୍କୁଲ, ଗାର୍ଲ୍ସ ସିଭିଲ ଗ୍ରୁପ୍ ଦ୍ଵିତୀୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମନ୍ଦିର, କଲେଜ ଛକ ସିଭିଲ ଗ୍ରୁପ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଶ୍ରେଷ୍ଠ ପ୍ଲାଟୁନ କମାଣ୍ଡର ସାମିଆ ତନୱିର, ଗରିଆପୁର ୟୁ.ଜି.ଏମ. ଇ ସ୍କୁଲ୍ ସିଭିଲଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ପ୍ୟାରେଡ ଇନ୍ କମାଣ୍ଡ ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ ଶ୍ରୀ ଦିନେଶ କୁମାର ସାହୁ ଏବଂ ସେକେଣ୍ଡ ଇନ୍ କମାଣ୍ଡ ଶ୍ରୀ ଭାଗିରଥୀ ବେହେରା, ସର୍ଜେଣ୍ଟଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଏସ.ବି.ଡି ଇଣ୍ଟରନ୍ୟାସନାଲ ସ୍କୁଲ,ଯାଜପୁର ଡି.ଏ.ଭି ପବ୍ଲିକ ସ୍କୁଲ୍, ଯାଜପୁର, ଜୟ ଦୁର୍ଗା ୟୁ.ଜି.ୟୁ.ପି ସ୍କୁଲ୍, ଯାଜପୁର, ବିଦ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଯାଜପୁର ଓ ଶୋଭାନୀୟ ଶିକ୍ଷାଶ୍ରମ, ଉଦୟଗିରି, ଯାଜପୁରର ଛାତ୍ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ପରେ ମୁଖ୍ୟ ଅତିଥି ବାଳାଶ୍ରମ, କୁଷ୍ଠାଶ୍ରମ ଓ ଜେଲର ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ, ବସ୍ତ୍ର ଇତ୍ୟାଦି ବଣ୍ଟନ କରିବା ସହ ମୁଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ପୂର୍ବରୁ ମୁଖ୍ୟ ଅତିଥି ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପ୍ରତ୍ୟୁଷ ଘ.୪.୩୦ ମିନିଟ ସମୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ୍ ପରିବେଷଣ କରାଯାଇଥିଲା। ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀମାନେ ପ୍ରଭାତ ଫେରୀ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ବଡ଼ଚଣା  ଶ୍ରୀ ଅମର କୁମାର ନାୟକ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପି. ଅନ୍ୱେଷା ରେଡ୍ଡୀ,  ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ,ଶ୍ରୀ ସିଦ୍ଧାର୍ଥ କଟରିଆ, ଜିଲ୍ଲା ସଭାପତି, ଭାରତୀୟ ଜନତା ପାର୍ଟି, ଶ୍ରୀ ଗୌତମ ରାୟ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେହୂରିଆ, ଉପ ଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ,  ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ଶ୍ରୀ ପ୍ରକାଶ କୁମାର ବଳ, ତହସିଲଦାର, ଯାଜପୁର ଅରବିନ୍ଦ ବେହେରା, ବବିତା ମଲ୍ଲିକ, ଉମେଶ ଜେନା, ସୁଦୀପ୍ତ କୁମାର ପଣ୍ଡା, ଦିଗାମ୍ବର କର, ଦାମୋଦର ବେହେରା,ସୁରଜଲାଲ ସାମଲ, ବଳଭଦ୍ର ଦାସ, ବିଭିନ୍ନ ବିଭାଗର ଅଧିକାରୀ, ଗଣ ମାଧ୍ୟମ ପ୍ରତିନିଧି, ଲୋକ ପ୍ରତିନିଧି, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଓ ସାଧାରଣ ଜନତା ପ୍ରମୁଖ ଯୋଗ ଦେଇଥିଲେ । ଦିବସର ସମସ୍ତ କାର୍ଯ୍ୟକ୍ରମ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀମତୀ ସୋନାଲୀ ବେହେରା ସଂଯୋଜନା କରିଥିବାବେଳେ ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର  ସମସ୍ତ କର୍ମଚାରୀ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *