ବୁଦ୍ଧେଶ୍ୱର ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ 

ପାନୀୟ ଜଳ,ପରିମଳ ଓ ବିଦ୍ୟୁତ୍ ଯୋଗାଣ ଉପରେ ଗୁରୁତ୍ୱାରୋପ

 ଭୁବନ ୨୦/୧୧/୨୦୨୩ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ରେ ପ୍ରଥମ ଥର ପାଇଁ ସରକାରୀ ସ୍ତରରେ ବୁଦ୍ଧେଶ୍ୱର ମହୋତ୍ସବ ଅନୁଷ୍ଠିତ ହେବ । ଏଥି ନିମନ୍ତେ ଆଜି ସୋମବାର ଅପରାହ୍ନ ରେ ଏନ୍ ଏ ସି ସଭାଗୃହ ରେ ପ୍ରସ୍ତୁତି ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଲକ୍ଷାଧିକ ଲୋକଙ୍କ ସମାଗମ କୁ ଆଖି ଆଗରେ ରଖି ପାନୀୟ ଜଳ, ପରିମଳ ଓ ବିଦ୍ୟୁତ୍ ଯୋଗାଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଶାସକ ଦଳର ୮ ଜଣ ଓ ବିରୋଧୀ ଦଳର ୭ ଜଣ (ସମସ୍ତ ୧୫ ଜଣ) କାଉନସିଲର ଉପସ୍ଥିତ ରହି ଭୁବନ ର ମାନ,ସମ୍ମାନ ଓ ସ୍ବାଭିମାନ ପାଇଁ ଏକତ୍ରିତ ହୋଇ କାମ କରିବାକୁ ଘୋଷଣା କରିଥିଲେ । ଏନ୍ ଏ ସି ନିର୍ବାହୀ ଅଧିକାରୀ ଅପୂର୍ବ ରଞ୍ଜନ ଆଇଚ ,କନିଷ୍ଠ ଯନ୍ତ୍ରୀ ଶକ୍ତି ପ୍ରସାଦ ସାହୁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆସନ୍ତା ୨୩ ତାରିଖ ପଞ୍ଚୁକ ବ୍ରତ ଆରମ୍ଭ ଦିନ ଠାରୁ ଦୋଳି,ମିନା ବଜାର,ଯାତ୍ରା ଓ ପଲ୍ଲୀଶ୍ରୀ ମେଳା ଆରମ୍ଭ ହେବ ଏବଂ କାର୍ତ୍ତିକ ପୂର୍ଣ୍ଣିମା ୨୭ ରୁ ୨୯ ତିନି ଦିନ ମହୋତ୍ସବ ଅନୁଷ୍ଠିତ ହେବାକୁ ପ୍ରସ୍ତୁତି ବୈଠକ ରେ ଚୁଡାନ୍ତ ନିଷ୍ପତି ଗ୍ରହଣ କରାଯାଇଥିଲା। ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ମହୋତ୍ସବରେ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ,ଅର୍ଚ୍ଚିତା,ପ୍ରଜ୍ଞା,ଅଭିନେତା ସବ୍ୟସାଚୀ,ପପୁ ପମ ପମ ଙ୍କ ସମେତ ବହୁ ଓଲିଉଡ ଓ ବଲିଉଡ କଳାକାର ଯୋଗଦେବେ । ତେଣୁ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବା ପାଇଁ ଭୁବନ ବାସୀ ସମ୍ପୂର୍ଣ ସହଯୋଗ କରିବାକୁ ନଗରପାଳ ଶୁଭେନ୍ଦୁ କୁମାର ସାହୁ ନିବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *