୨ଟି ପର୍ଯ୍ୟାୟରେ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ , ଫେବୃଆରୀ ୨୨ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଅଧିବେଶନ ବନ୍ଦ ରହିବ, ମୋଟ ୨୮ଟି କାର୍ଯ୍ୟ ଦିବସ
ଭୁବନେଶ୍ୱର,୨୨/୦୧/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆସନ୍ତା ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହେବ । ଫେବୃଆରୀ ୧୭ରେ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଉପସ୍ଥାପନ କରିବେ ରାଜ୍ୟ ବଜେଟ୍ । ନୂଆ ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି ଅଧିବେଶନର ପ୍ରଥମ ଦିନ ଗୃହରେ ଅଭିଭାଷଣ ପ୍ରଦାନ କରିବେ। ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଏହି ଅଧିବେଶନ ଚାଲିବା ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ରୁ ୨୧ ଓ ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବୃଆରୀ ୨୨ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଅଧିବେଶନ ବନ୍ଦ ରହିବ। ଏହି ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟ ଦିବସ ରହିଛି । Odisha# Odisha News #Budget#Odisha Assembly#Odisha Samachar#Eodishasamachar.com/