ତୁଳସୀକ୍ଷେତ୍ର ପଣ୍ଡିତ ସଭାର ସାମୁହିକ ବ୍ରତୋପନୟନ

କେନ୍ଦ୍ରାପଡା, ୨୧/୦୧/୨୦୨୫ (ଓଡ଼ିଶା ସମାଚାର)- ତୁଳସୀକ୍ଷେତ୍ର ପଣ୍ଡିତସଭା ଆନୁକୂଲ୍ୟରେ ସାମୁହିକ ବ୍ରତୋପନୟନ ତଳବାରଙ୍ଗସି୍ଥତ ଶ୍ରୀ ଗୋପୀନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର ସାମୂହିକ ବ୍ରତୋପନୟନରେ ବିଲବଳରାମପୁରର ଦୀପ୍ତି ରଞ୍ଜନ କର, ଗରଦପୁରର ଦିବ୍ୟଦର୍ଶନ ପତି, ଜଜାଙ୍ଗର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଆଳି, ନେମାଳର ସଞ୍ଜୟ ଦୀକ୍ଷିତ, ପଟ୍ଟାମୁଣ୍ଡାଇ-ଅଣ୍ଡରା ଗ୍ରାମର ସୁଧାଂଶୁ ଶେଖର ପଣ୍ଡା ବ୍ରହ୍ମଚାରୀ ଭାବରେ ଉପବୀତ ଗ୍ରହଣ କରିଛନ୍ତି । ତୁଳସୀକ୍ଷେତ୍ର ପଣ୍ଡିତ ସଭାର ଉପଦେଷ୍ଟା ପଣ୍ଡିତ କେଶବ ଚନ୍ଦ୍ର ପତ୍ରୀ, ସଭାପତି ପଣ୍ଡିତ ଧ୍ରୁବ ଚରଣ ପଣ୍ଡା, ଉପ ସଭାପତି କୃଷ୍ଣାନନ୍ଦ ପଣ୍ଡା, ସମ୍ପାଦକ ପଣ୍ଡିତ ସତ୍ୟନାରାୟଣ ପତିଙ୍କ ସମେତ ତୁଳସୀକ୍ଷେତ୍ର ପଣ୍ଡିତ ସଭାର ଅନ୍ୟାନ୍ୟ କର୍ମକର୍ତା ଓ ସଭ୍ୟମାନଙ୍କ ତତ୍ୱାବଧାନରେ ସମସ୍ତ ଶୁଭକର୍ମ ସମାପନ କରାଯାଇଛି । ଉକ୍ତ ବ୍ରତୋପନୟନ କାର୍ଯ୍ୟରେ ଶ୍ରୀଗୋପୀନାଥଜୀଉ ଯୁବକ ସଂଘ ଓ ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ସଭ୍ୟ ନୃସିଂହ ଚରଣ ତ୍ରିପାଠୀ ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *