ଗରଦପୁର, ୨୩/୦୩/୨୦୨୪ (ଓଡ଼ିଶା ସମାଚାର)-ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନର ବିଗୁଲ ବାଜିବା ପରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ କରାଯାଇଛି । ଆସନ୍ତା ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଓ ନିର୍ଭୟରେ ଜନସାଧାରଣ ନିଜ ମତ ସାବ୍ୟସ୍ତ କରିବା ପାଇଁ ପୋଲିସ ପକ୍ଷରୁ ଏହି ଫ୍ଲାଗ ମାର୍ଚ ଆୟୋଜିତ ହୋଇଛି । କୁଦାଗରୀ ଥାନା ଅଧିକାରିଣୀ ଅମ୍ବିକା ଦାସଙ୍କ୍ ନେତୃତ୍ୱରେ ସିଆଇଏସଏଫ ଯବାନ ମାନେ ବଙ୍ଗାଳପୁର ପଂଚାୟତର ଚଁପୁର ହାଟ ଠାରୁ ମାହାଳ ଦେଇ କୁଦାନଗରୀ ଥାନା ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ କରି ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ ସମୟରେ ମତଦାନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । କୌଣସି ଜନସାଧାରଣ ଭୟଭିତ ନହୋଇ ନିଜର ପସନ୍ଦର ପ୍ରାର୍ଥିଙ୍କୁ ଭୋଟ ଦେବା ପାଇଁ ଏହି ଫ୍ଲାଗ ମାର୍ଚ ବୋଲି ଥାନା ଆଇଆଇସି ପ୍ରକାଶ କରିଛନ୍ତି ।