ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ମାତୃ ବିୟୋଗ

ଭୁବନେଶ୍ୱର/କଟକ,୧୬/୦୧/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ମାଆ ଲୋଭାବତୀ ପରିଡାଙ୍କର ଦେହାନ୍ତ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ ୮୯ ବର୍ଷ ବୟସରେ ସେ ଇହଲୀଳା ସମ୍ୱରଣ କରିଛନ୍ତି ।ଗତକାଲି ରାତି ୯:୩୦ ଘଟିକା ସମୟରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ମାତା ଶ୍ରୀମତୀ ଲୋଭାବତୀ ପରିଡା ଦେହତ୍ୟାଗ କରିଛନ୍ତି। ସେ ସ୍ବର୍ଗତ ଶ୍ରୀବନ୍ତ ପରିଡାଙ୍କର ଧର୍ମପତ୍ନୀ ଥିଲେ। ବୟସାଧିକ କାରଣ ହେତୁ କଟକର ଅଶ୍ୱିନୀ ହସ୍ପିଟାଲରେ ସେ ବହୁ ଦିନ ଧରି ଚିକିତ୍ସିତ ହୋଇଆସୁଥିଲେ। ସେ ଜଣେ ଧର୍ମପରାୟଣ ମହିଳା ଥିଲେ। ତାଙ୍କର ପରଲୋକ ଖବର ପାଇ ଉପମୁଖ୍ୟମନ୍ତ୍ରୀ ତାଙ୍କ ପୈତୃକ ଗାଁ ପୁରୀ ଜିଲା ନୂଆହାଟ ନିଭରଣରେ ପହଞ୍ଚଛନ୍ତି। ସେଠାରେ ଲୋଭାବତୀଙ୍କର ଶେଷକୃତ୍ୟ ସଂପନ୍ନ ହେବ । ତାଙ୍କ ପରଲୋକରେ ନିଆଳି, ନିମାପଡ଼ା ଓ କାକଟପୁର ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

Leave a Reply

Your email address will not be published. Required fields are marked *