କେନ୍ଦ୍ରାପଡ଼ା, ୧୫/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିରେ ଚଳିତ ଖରିଫ ଧାନ ସଂଗ୍ରହ ପାଇଁ ଧାନମଣ୍ଡି ବୁଧବାର ଉଦଘାଟିତ ହୋଇଯାଇଛି । କେନ୍ଦ୍ରାପଡା ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ଯୋଗେନ୍ଦ୍ର ନାଥ ବିଶ୍ୱାଳ, କେନ୍ଦ୍ରାପଡା ତହସିଲଦାର ତାପସରଞ୍ଜନ ଦେହୁରୀ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କେନ୍ଦ୍ରାପଡା ଶାଖା ପରିଚାଳକ ତାପସ କୁମାର ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ଧାନମଣ୍ଡିକୁ ଉଦଘାଟନ କରି ସରକାରୀ ନୀତିନିୟମ ଅନୁଯାଇ ଶାନ୍ତିଶୃଙ୍ଖଳାର ସହିତ ଏହି ଧାନମଣ୍ଡିକୁ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭରତପୁର ପ୍ରାଥମିକ ସମବାୟ ସମିତିର ସମ୍ପାଦକ ସୁବୋଧ କୁମାର ଲେଙ୍କା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିର ସଭାପତି ବସନ୍ତ କୁମାର ରାଉତ, ଉପସଭାପତି ମମତା ଜେନା, ନିର୍ଦେଶକ ଶାରଦା ପ୍ରସନ୍ନ ରାଉତ, ଅକ୍ଷୟ କୁମାର ମନ୍ତ୍ରୀ, ଅଗସ୍ତି ସେଣ, ଶ୍ରୀଧର ସାମଲ, କିଶୋର ଚନ୍ଦ୍ର ଜେନା, ଜ୍ଞାନପ୍ରସନ୍ନ ରାଉତ, ସନ୍ତୋଷ କୁମାର ଦାସ, ଗୈାରାଙ୍ଗ ଚରଣ ଲେଙ୍କା, ପ୍ରସନ୍ନ କୁମାର ମଲିକ, ମନୋରମା ସ୍ୱାଇଁ, ଅର୍ଚ୍ଚନା ନାୟକ, ତୁଳସୀ ସେଠୀ,ବିଶ୍ୱଜିତ ସାମଲ ସମିତିର ସହକାରୀ ସମ୍ପାଦକ ଜଗନ୍ନାଥ ସେଣ, କର୍ମଚାରୀ ଶାରଦା ପ୍ରସନ୍ନ ରାଉତ ଓ ସ୍ମୃତିପ୍ରିୟଦର୍ଶିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଭରତପୁର ପ୍ରାଥମିକ କୃଷି ସମବାୟ ସମିତିରେ ଧାନମଣ୍ଡି ଖୋଲିଲା
