ଭୁବନେଶ୍ୱର,୧୫/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ନୂଆଦିଲ୍ଲୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବିଜୟା ରାହତକରଙ୍କୁ ଭେଟିବା ସହ ଏହି ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଦୀର୍ଘଦିନ ଧରି ବିଜୟା ରାହତକରଙ୍କୁ ଜାଣିବା ସହ ମହିଳାମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ବିଷୟରେ ବିଜୟା ଗଭୀର ଜ୍ଞାନ ରଖିଥିବା ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଶ୍ରୀମତୀ ବିଜୟା ରାହତକରଙ୍କର ବଳିଷ୍ଠ ନେତୃତ୍ୱ, ବିସ୍ତୃତ ଅଭିଜ୍ଞତା ଏବଂ ତୃଣମୂଳ ସ୍ତରର ସଂଗଠନ ଦ୍ୱାରା ମହିଳା ସଶକ୍ତିକରଣ ତଥା ମହିଳାଙ୍କର ଅଧିକାରର ସୁରକ୍ଷା ଦିଗରେ ଜାତୀୟ ମହିଳା ଆୟୋଗ ସଫଳତା ହାସଲ କରିବା ନେଇ ବିଶ୍ୱାସ ଦେଖାଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ।
ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା
