ଟାଟାଷ୍ଟିଲ ଫାଉଣ୍ଡେସନର ମକରସଂକ୍ରାନ୍ତି ମହୋତ୍ସବ ପାଳନ

ହିନ୍ଦୋଳ ୧୪/୦୧/୨୦୨୫ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମକର ମହୋତ୍ସବ ପାଳିତ ହୋଇଯାଇଛି। ସମାଜରେ ସଂସ୍କୃତି, ଏତିହ୍ୟ, କୃଷି ପରମ୍ପରା ଓ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ସମ୍ନlନ ଦେବାସହ ସାମାଜିକ ବନ୍ଧନ କୁ ସୁଦୃଢ କରିବାସହ ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମକରସଂକ୍ରାନ୍ତି ମହୋତ୍ସବ ଢେଙ୍କାନାଳ ଜିଲ୍ଲାର ନୂଆଗାଁ ପଂଚାୟତ ଖଲିବେରେଣୀ ଗ୍ରାମରେ ପାଳିତ କରା ଯାଇଛି।ଏହି ଉତ୍ସବରେ ୮ଟି ପଂଚାୟତର ୫୦୦ରୁ ଉର୍ଦ୍ଧ ମହିଳା କୃଷକ ଅଂଶ ଗ୍ରହଣ କରିଥିଲେ। ଉତ୍ସବରେ ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ଯୋଗଦେଇଥିଲେ। ଏହି ଅବସରରେ ସମସ୍ତ ପଂଚାୟତର ପି ଆର ଆଇ ସଦସ୍ୟ ଓ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉତ୍ସବରେ ଉପଜିଲ୍ଲାପାଳଙ୍କ ସମେତ କମ୍ପାନୀ କର୍ପୋରେଟ ରିଲେସନ୍ସ ମୁଖ୍ୟ ନୃସିଂହ ଚରଣ ମହାପାତ୍ର, ଜମି ଓ ଲିଜ ମୁଖ୍ୟ ସିଦ୍ଧାର୍ଥ ଶଙ୍କର ପାଣି, ଟାଟା ଷ୍ଟିଲ ଫାଉଣ୍ଡେସନ ୟୁନିଟ ହେଡ଼ କୁମାର ସୌରଭ ପ୍ରମୁଖ ଉପସ୍ଥିତ ରହିବା ସହ କୃତି ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published. Required fields are marked *