ପୂର୍ବତନ ସରପଂଚ କୁମାର ବଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ

କେନ୍ଦ୍ରାପଡ଼ା, ୧୨/୦୧/୨୦୨୫ (ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ଜିଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଛୋଟି ଗ୍ରାମର ପୂର୍ବତନ ସରପଂଚ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ କୁମାର ଚନ୍ଦ୍ର ବଳ ଏବଂ ତାଙ୍କ ଜ୍ୟେଷ୍ଠ ଭ୍ରାତା ସ୍ୱର୍ଗତ କାର୍ତିକ ଚନ୍ଦ୍ର ବଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ବଳଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । କୁମାର ଚନ୍ଦ୍ର ବଳ ସ୍ମୃତି ପରିଷଦ ଆନୁକୂଲ୍ୟରେ ଆୟୋଜିତ ସ୍ମୃତି ସଭାରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ଅଧ୍ୟକ୍ଷତା କରିଥିବା ବେଳେ ରାଜଶ୍ରୀ ତଥା ସ୍ମୃତି ପରିଷଦର ସମ୍ପାଦକ ଆଶୁକବି ହେମନ୍ତ ଜେନା ମଂଚ ପରିଚାଳନା କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରେଣ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ସମାଜସେବୀ ପ୍ରଫେସର ଅଜୟ କୁମାର ରାଉତ, ଜିଲା ପରିଷଦ ସଭାପତି ଲିଲିତା ଦାସ, କବି ଇଂ ସୁଶାନ୍ତ କିଶୋର ବଳ, କବି ମଞ୍ଜୁଳ ମଞ୍ଜୁଶ୍ରୀ ବରାଳ, ଡେରାବିଶ ପଂଚାୟତ ସମିତି ଅଧ୍ୟକ୍ଷା ପ୍ରଭାତୀ ମଲ୍ଲିକ, ପୂର୍ବତନ ଜିଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ସରୋଜକାନ୍ତ ସାହୁ, ବରିଷ୍ଠ ବିଜେଡି ନେତା ରବି ସାମଲ, କଂଗ୍ରେସ ନେତା ରତିକାନ୍ତ କାନୁନଗୋ, ବରିଷ୍ଠ ସାମ୍ବାଦିକ ଗଣେଶ ଚନ୍ଦ୍ର ସାମଲ, ପରିବେଶବିତ୍ କାଶୀନାଥ ରାଉତରାୟ, ଶିକ୍ଷାବିତ ପ୍ରଣବ ଜେନା ଓ ଯୁବନେତା ରାଜେଶ ପଣ୍ଡା ପ୍ରମୂଖ ଯୋଗଦେଇ ସ୍ୱର୍ଗତ ବଳଙ୍କ ସ୍ମୃତି ଚାରଣ କରିବା ସେଙ୍ଗ ସେଙ୍ଗ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଇତ୍ୟବସରରେ ବରେଣ୍ୟ ଅତିଥି ଉଭୟ ଭାଇଙ୍କର ଆବକ୍ଷ ପ୍ରତିମୂର୍ତି ଅନାବରଣ କରିବା ସହିତ ସ୍ମରଣିକା କୁମାର କାର୍ତିକ ଲୋକାର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଂଚ ରଜନୀ ମଲ୍ଲିକ, ଶିକ୍ଷାବିତ ପ୍ରଫୁଲ୍ଲ କୁମାର ଜେନା, ତ୍ରିଲୋଚନ ଜେନା, ନାରାୟଣ ଚନ୍ଦ୍ର ପରିଡ଼ା, ସରୋଜ କାନ୍ତ ପଣ୍ଡା, ରଶ୍ମି ରଞ୍ଜନ ପଣ୍ଡା, ବିମ୍ବାଧର ସ୍ୱାଇଁ, ସମାପ୍ତି ବଳ, ଈଶ୍ୱର ଚନ୍ଦ୍ର ପୃଷ୍ଟି, ଅପର୍ତି ଚରଣ ସେଠୀ, ନିରାକାର ମଲ୍ଲିକ ଆଦି ସ୍ମୃତି ଚାରଣ କରିଥିଲେ । ପ୍ରକାଶ ଥାଉକି ସ୍ୱର୍ଗତ କୁମାର ଚନ୍ଦ୍ର ବଳ ଛୋଟି ପଂଚାୟତର ଦୁଇ ଥର ସରପଂଚ ଓ ସମିତି ସଭ୍ୟ ଥିବା ବେଳେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପଣ୍ଡିତ ପ୍ରଜ୍ଞାଶ୍ରୀ ପ୍ରମୋଦ କୁମାର ତ୍ରିପାଠୀ ଗୀତା ଓ ବେଦପାଠ କରିଥିବା ବେଳେ ପ୍ରମୋଦ କୁମାର ସ୍ୱାଇଁ ଅତିଥି ପରିଚୟ ଏବଂ ନାରାୟଣ ଚନ୍ଦ୍ର ବଳ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶ୍ରୀ ନିରଞ୍ଜନ ବଳ, ଦିଲ୍ଲୀପ ସିଂହ, ପ୍ରଦୀପ୍ତ ପ୍ରଧାନ, ଡ. ରାଜୀବ ସାମଲ, ବିଶ୍ୱଜିତ ଜେନା, ସଦାନନ୍ଦ ପଣ୍ଡା, ନକୁଳ ଚରଣ ରାଉତ ଏବଂ ଭରତ ଚନ୍ଦ୍ର ମଳିକ ଆଦି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *