ସରକାରୀ ଅବକାରୀ ନୀତିକୁ “ଫୁ” କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଉରକେଲା ବିଜେଡି ର ଦାବିପତ୍ର

ରାଉରକେଲା, ୩୦/୯/୨୦୨୪ (ଓଡ଼ିଶା ସମାଚାର)-  ରାଉରକେଲା ଅବକାରୀ ଅଧୀକ୍ଷକ,ସେକ ଆସଫ ଅଲ୍ଲୀ ଙ୍କ ନିଜ କାର୍ଯ୍ୟାଳୟ ଠାରେ ରାଉରକେଲା ବିଜେଡି ର ଏକ ପ୍ରତିନିଧି ମଣ୍ଡଳ ସାକ୍ଷାତ କରି,ଆଗକୁ ମାଙ୍କ ଦୁର୍ଗାପୂଜା ପାଇଁ ରାଉରକେଲା ରେ ଅବକାରୀ ନିତି ନିୟମକୁ ବେଖାତିର କରି ଯେଉଁ ବ୍ୟବସାୟୀ ଓ ଲୋକ ମାନେ,ବିନା ଲାଇସେନ୍ସ ରେ ମଦ ବିକ୍ରି କରୁଛନ୍ତି, ଲୁଚା ଛପାରେ ଡ୍ରଗ୍ସ, ଭାଙ୍ଗ, ଗଂଜେଇ କାରବାର କରୁଛନ୍ତି, ଯାହାଦ୍ୱାରା ରାଉରକେଲା ରେ କିଛିଦିନ ହେଲା ଗଣ ବଳାତ୍କାର, ହତ୍ୟାକାଣ୍ଡ, ଚୋରି, ଡକାୟତି, ଅସାମାଜିକ ଲୋକଙ୍କ ଦୌରାତ୍ମ ବୃଦ୍ଧିପାଇଛି । ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ସମୁଖରେ ମଦ ପିଇବା ଏତେ ମାତ୍ରାରେ ବୃଦ୍ଧି ପାଇଛି ଯାହାଦ୍ୱାରା ଛାତ୍ର ଛାତ୍ରୀ ଓ ସାଧାରଣ ଲୋକମାନେ ରାସ୍ତାରେ ଯିବା ଆସିବା ନାହିଁନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି, ଦୋକାନ ଖୋଲିବା ଓ ବନ୍ଦ କରିବାର ସମୟ ପାଳନ କରାଯାଉନାହିଁ । ସରକାରୀ ଦୋକାନରୁ ମଦ କିଣିଲା ପରେ କୌଣସି ଟଙ୍କା ରସିଦ ଦିଆଯାଉନାହିଁ । ଛପା ହୋଇଥିବା ଦାମ ରୁ ଅଧିକ ମୂଲ୍ୟ ଦେବାକୁ ପଡୁଛି । ଏ ସମସ୍ତ ବିଷୟ ଅବକାରୀ ଅଧୀକ୍ଷକ ଅଲ୍ଲୀ ମହାଶୟ ଙ୍କ ସହିତ ରାଉରକେଲା ରେ ସୁସ୍ଥ ଓ ଶାନ୍ତ ପରିବେଶ ଆଣିବା ପାଇଁ ବିଜେଡି କର୍ମୀ ମାନେ ଆଲୋଚନା କରିଥିଲେ । ସମସ୍ତ ବିଷୟ ଅଧୀକ୍ଷକ ଅତ୍ୟନ୍ତ ଆଗ୍ରହ ର ସହିତ ଶୁଣିଲା ପରେ ଅତିଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିନିଧି ମଣ୍ଡଳ ଙ୍କୁ ଆଶ୍ୱାସନା ଦେଇଥିଲେ । ପ୍ରତିନିଧି ମଣ୍ଡଳରେ ଜିଲ୍ଲା ସଭାପତି ହାଲୁ ମୁଣ୍ଡାରୀ, ନଗର ସଭାପତି ଗଗନ ପଣ୍ଡା, ଜିଲ୍ଲା ମୁଖପାତ୍ର ଜୟନ୍ତ କୁମାର ମିଶ୍ର, ବରିଷ୍ଠ ନେତା ବିରେନ ସେନାପତି, ପ୍ରଶାନ୍ତ ସେଠି, କୈଳାଶ ସାହୁ,ସଂନ୍ଧ୍ୟା ଲାକ୍ରା, ଛବି ମହାନ୍ତି,ଜିଲ୍ଲା ଯୁବ ସଭାପତି ବିଭୁତି ପୁହାଣ, ସଭାନେତ୍ରୀ ଜ୍ୟୋସ୍ନା ନାୟକ,ମିନତୀ ଜେନା,ଶ୍ୟାମ ସୁନ୍ଦର ପଣ୍ଡା,ଯୁବ ନେତା ରଞ୍ଜନ ନାୟକ,ହିମାଂଶୁ ପଣ୍ଡା,ଏଲ ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *