ରୁକୁଣା ରଥ ନିର୍ମାଣ ନିମନ୍ତେ କାଠ ପ୍ରଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୬/୦୪/୨୦୨୪(ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଭୁବନେଶ୍ୱରର ପ୍ରସିଦ୍ଧ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ପାଇଁ ବ୍ୟକ୍ତିଗତ ଭାବେ କାଠ ଦାନ କରିଥିବା ବଦାନ୍ୟ ବ୍ୟକ୍ତିବିଶେଷଙ୍କୁ ଆଜି ଖୋରଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ନୟାଗଡ଼ ଦଶପଲ୍ଲାର ପପିନ୍‌ ଜାନି, ଶରଣକୂଳର ମଙ୍ଗୁଳି ନାୟକ, କିଶୋର ଚନ୍ଦ୍ର ନାୟକ ଏବଂ ଗଣିଆର ଚତୁର୍ଭୁଜ ସାହୁ, ଦ୍ୱିତିବାମନ ଦାସ, ଶଙ୍କର୍ଷଣ ରାଉତ, ଶୁଭଙ୍କର ପଟ୍ଟନାୟକ ପ୍ରମୁଖ ବ୍ୟକ୍ତି ଫାସି ଓ ସିମିଳି କାଠ ଆଦି ଦାନ କରିଥିଲେ । ସେମାନଙ୍କର ଏହି ବଦାନ୍ୟତା ଓ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରତି ସମର୍ପଣ ଭାବକୁ ସମ୍ମାନ ପ୍ରଦାନ ସ୍ୱରୂପ ଆଜିର ରୁକୁଣା ରଥଯାତ୍ରା ଅବସରରେ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ରନାରାୟଣ ମହାନ୍ତି ପ୍ରମୁଖ ସେମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ସେମାନଙ୍କର ଏହି ମହନୀୟ କାର୍ଯ୍ୟ ପାଇଁ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଭୂୟସୀ ପ୍ରଶଂସା କରିବା ସହ ଏହି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *