ରାଜାରାଣୀ ସଂଗୀତ ଉତ୍ସବ ଉଦଯାପିତ

ଭୁବନେଶ୍ୱର, ୧୧/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଥିବା ରାଜାରାଣୀ ସଂଗୀତ ଉତ୍ସବର ଉଦଯାପନୀ ସମାରୋହରେ ଆଜି କଣ୍ଠଶିଳ୍ପୀ ଗୀତାମଞ୍ଜରୀ ବେହେରା ଓ ଗ୍ରୁପଙ୍କ ଦ୍ୱାରା ଓଡ଼ିଶୀ ସଂଗୀତ ପରିବେଷଣ କରାଯାଇଥିଲା। ଏଥିସହିତ କେ. ଭୁବନେଶ୍ୱରୀ ଏବଂ ଗ୍ରୁପ ଓ ଅଭିରାମ ନନ୍ଦ ଏବଂ ଗ୍ରୁପ ଆଜିର ସାଂସ୍କୃତିକ ସନ୍ଧ୍ୟାରେ ସମବେତ ବାଦ୍ୟ ପରିବେଷଣ କରିଥିଲେ ।

ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷ ୧୮ତମ ପ୍ରବାସୀ ଭାରତୀୟ ଦିବସ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବାରୁ ବହୁ ପ୍ରବାସୀ ଭାରତୀୟମାନେ ରାଜାରାଣୀ ସଂଗୀତ ଉତ୍ସବ ଦେଖିବାକୁ ଆସିଥିଲେ। ଉତ୍ସବରେ ମୁକ୍ତାକାଶ ମଞ୍ଚରେ ଭାରତର ବିଭିନ୍ନ ଶାସ୍ତ୍ରୀୟ ସଂଗୀତ ପରିବେଷଣ ହେଉଥିବାର ଦେଖି ପ୍ରବାସୀ ଭାରତୀୟମାନେ ଏହାର ଭୂୟସୀ ପ୍ରଶଂସା ମଧ୍ୟ କରିଥିଲେ।

-0-

ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *