ନିଯୁକ୍ତି ଭିତିକ ଦକ୍ଷତା ବିକାଶ ତାଲିମ ପାଇଁ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଉଦେଶ୍ୟରେ ପ୍ରସ୍ତୁତି ବୈଠକ

ଯାଜପୁର,୦୮/୦୧/୨୦୨୫ (ଓଡ଼ିଶା ସମାଚାର)-ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଙ୍କ ଅନୁକୂଲ୍ୟ ରେ ଜ଼ିଲ୍ଲା ପ୍ରଶାସନ ଯାଜପୁର ଙ୍କ ଦ୍ୱାରା ନିଯୁକ୍ତି ଭିତିକ ଦକ୍ଷତା ବିକାଶ ତାଲିମ ପାଇଁ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଆୟୋଜନ ଉଦେଶ୍ୟରେ  ସ୍ଥାନୀୟ ଜ଼ିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜ଼ିଲ୍ଲାପାଳ ପି. ଅନ୍ଵେଷା ରେଦି ଙ୍କ ଅଧକ୍ଷ୍ୟତା ରେ ଏକ  ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି ବ୍ଲକ ସ୍ତରୀୟ ପରାମର୍ଶ ଶିବିର ର ମୁଖ୍ୟ ଉଦେଶ୍ୟ ହେଲା ଜ଼ିଲ୍ଲା ର ବେକାର ଯୁବକ ଯୁବତୀ ଯେଉଁ ମାନଙ୍କ ବୟସ ୧୮ ବର୍ଷ ରୁ ୩୫ ବର୍ଷ ମଧ୍ୟରେ ହୋଇଥିବ ଏବଂ ସେମାନଙ୍କ ଶିକ୍ଷଗତ ଯୋଗ୍ୟତା  ୫ମ ଶ୍ରେଣୀ ପାସ ଠାରୁ ସ୍ନାତକ ପାସ ମଧ୍ୟରେ ହୋଇଥିବା ଅଥବା ସ୍କୁଲ ଓ କଲେଜ  ପାଠ୍ୟକ୍ରମ ମଝିରେ  ଛାଡିଥିବା ନିଯୁକ୍ତି ଆଶାୟୀ ବେକାର ଯୁବକ/ ଯୁବତୀ ମାନଙ୍କୁ  ଦକ୍ଷତା ବିକାଶ ତାଲିମ ପ୍ରଦାନକାରୀ ସଂସ୍ଥା ଯେଉଁମାନେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଙ୍କ ସହିତ ଅନୁବନ୍ଧିତ ଥିବେ ଅଥବା ନୂତନ ଉନ୍ନତ ଅଭିଳାଷ ଯୋଜନା ମାଧ୍ୟମରେ ଅଧିକୃତ ଥିବେ ସେମାନଙ୍କ ସହଭାଗିତାରେ ଚାହିଦା ଥିବା ସେକ୍ଟର ଗୁଡିକରେ ସ୍ୱଳ୍ପ ଅବଧି ର ନିଯୁକ୍ତି ଭିତିକ ଦକ୍ଷତା ବିକାଶ ତାଲିମ ପ୍ରଦାନ କରିବା ।  ତାଲିମ ସମାପ୍ତ କଲା ପରେ ପ୍ରଶିକ୍ଷଣ ପ୍ରାପ୍ତ ପ୍ରାର୍ଥୀ / ପ୍ରାର୍ଥୀନୀ ମାନଙ୍କୁ ତାଲିମ ପ୍ରଦାନକାରୀ ସଂସ୍ଥା ମାନେ ବିଭିନ୍ନ ବେସରକାରୀ ସଂସ୍ଥା ମାନଙ୍କରେ ନିଯୁକ୍ତି ଦେବାପାଇଁ ଵ୍ୟଵସ୍ଥା କରିବେ । ପ୍ରାର୍ଥୀ / ପ୍ରାର୍ଥୀନୀ ମାନେ ସେମାନଙ୍କ ଶିକ୍ଷ୍ୟାଗତ ଯୋଗ୍ୟତା ଅନୁଯାଇ ଇଛା ମୁତାବକ ଟ୍ରେଡ କିମ୍ବା ବିଭଗରେ ତାଲିମ ନେଇପାରିବେ ।  ପ୍ରଶିକ୍ଷଣ ସମୟରେ  ପ୍ରଶିକ୍ଷଣ, ରହିବା  ଏବଂ ଖାଦ୍ୟପେୟ ବାବଦ ର  ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।  ଯେଉଁ ପ୍ରାର୍ଥୀ / ପ୍ରାର୍ଥୀନୀ ମାନେ ବିଶ୍ୱ ଦକ୍ଷତା କେନ୍ଦ୍ର / ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ/ ସେଣ୍ଟ୍ରାଲ  ଟୁଲରୁମ  ଏବଂ ଟ୍ରେନିଂ ସେଣ୍ଟର ଅଥବା ସରକାରୀ ସରକାରୀ ବହୁମୂଖୀ ବୈଷୟିକ ଶିକ୍ଷ୍ୟନୁଷ୍ଠାନ ରେ ତାଲିମ ପାଇଁ ଉପଲବ୍ଧ ଥିବା ବିଭିନ୍ନ ଡିପ୍ଲୋମା ପାଠ୍ୟକ୍ରମରେ ଆଡମିଶନ ପାଇଁ ଇଛୁକ ଥିବେ ସେମାନେ ମଧ୍ୟ ସେଥିପାଇଁ ସୁଯୋଗ  ନେଇପାରିବେ ।   ଯୋଗ୍ୟ ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ମାନଙ୍କୁ  ତାଲିମ ପ୍ରଦାନକାରୀ    ସଂସ୍ଥା ଗୁଡିକ ନିଶୁଲ୍କ ତାଲିମ, ପାଠ୍ୟ ଉପକରଣ ଏବଂ ତାଲିମ ସମୟ ରେ ରହିବା  ଓ ଖାଦ୍ୟପେୟ  ବିନାମୂଲ୍ୟ ରେ ଯୋଗାଇଦେବା ସହିତ ତାଲିମ ସମାପ୍ତ ପରେ ବିଭିନ୍ନ ପ୍ରତିଷ୍ଠିତ ବେସରକାରୀ ସଂସ୍ଥା ଗୁଡିକରେ ନିଯୁକ୍ତି ର ସୁଯୋଗ ପ୍ରଦାନ କରିବେ । ତାଲିମ ବାବଦରେ ସମସ୍ତ ଖର୍ଚ ରାଜ୍ୟ ସରକାର ବହନ କରିବେ ।

Leave a Reply

Your email address will not be published. Required fields are marked *