ଭୁବନ ୦୬/୦୧/୨୦୨୫ (ଓଡ଼ିଶା ସମାଚାର)-ଭୁବନ ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ( ଷ୍ଟାଣ୍ଡର୍ଡ ୱାନ୍) ଛାତ୍ର ଜୀବନ ଜ୍ୟୋତି ସାହୁ ଡି ପି ଏସ (ଦିଲ୍ଲୀ ପବ୍ଲିକ ସ୍କୁଲ) ତରଫରୁ ଆୟୋଜିତ ସାଇନ୍ସ ଅଲମ୍ପିଆଡ ପରୀକ୍ଷାରେ କୃତିତ୍ବ ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ଶ୍ରୀମାନ ସାହୁ ସମୁଦାୟ ୪୦ ନମ୍ବର ରୁ ୩୬ ନମ୍ବର (୯୦ ପ୍ରତିଶତ) ଏବଂ ୯୯.୨୫ ପଏଣ୍ଟ ସ୍କୋର ରଖି ବିଦ୍ୟାଳୟରେ ପ୍ରଥମ, ରିଜିଓନାଲ ରାଙ୍କ ରେ ୧୪,ଜୋନାଲ ରାଙ୍କ ରେ ୧୨ ଏବଂ ଇଣ୍ଟର ନେସନାଲ ରାଙ୍କ ରେ ୧୮ ରଖି ପାଞ୍ଚଶହ ଟଙ୍କା ପୁରସ୍କାର ରାଶି ସହିତ ଗୋଲ୍ଡ ମେଡାଲ ପାଇଥିବା ଜଣା ପଡ଼ିଛି। ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଶ୍ରୀମାନ ସାହୁ ଙ୍କୁ ପ୍ରଧାନଶିକ୍ଷକ ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସ୍ନେହାର୍ଶିବାଦ ଜଣାଇବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । କୃତୀ ଛାତ୍ର ଜୀବନ ଜ୍ୟୋତି ସାମ୍ବାଦିକ ଚୈତନ୍ୟ ସାହୁ ଓ ମାତା କୁନି ସାହୁ ଙ୍କ ଏକମାତ୍ର ପୁତ୍ର ଅଟନ୍ତି ।
