ଯାଜପୁରଠାରେ ରାଜ୍ୟସ୍ତରୀୟ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ

ଯାଜପୁର,୦୫/୦୧/୨୦୨୫ (ଓଡ଼ିଶା ସମାଚାର)-ଆଜି ଯାଜପୁର ସ୍ଥିତ ମିଶନ ଶକ୍ତି ଭବନ ଠାରେ ବିର୍ସା ବାହିନୀ ଫାଉଣ୍ଡେସନ୍ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକୁ ଅନୁଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷା ପ୍ରିୟା ମୁଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ  କରିଥିଲେ। ଡ଼କ୍ଟର ଜ୍ଞାନରଞ୍ଜନ ପତି, ସଂଗ୍ରାମ ପାତ୍ର, ସ୍ମିତା ମହାନ୍ତି, ଫାଉଣ୍ଡେସନର ନିର୍ଦ୍ଦେଶକ ବିଜୟ ମୁଣ୍ଡା ଯଥାକ୍ରମେ ମୁଖ୍ୟବକ୍ତା, ସମ୍ମାନିତ ବକ୍ତା, ସମ୍ମାନିତ ଅତିଥି, ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ “ଦିନଚର୍ଯ୍ୟା”ର ସମ୍ପାଦକ ତପନ ମହାରଣ୍ୟ ଶର୍ମା ଅତିଥି ପରିଚୟ ପ୍ରଦାନ କରିଥିଲେ।ରାଜ୍ୟ ସଭାପତି ଅଧିବକ୍ତା ରୂପେଶ୍ କୁମାର ମହାନ୍ତି ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଆବାହକ ସାମ୍ବାଦିକ ସଂଯତ କୁମାର ମହାନ୍ତି ଉତ୍ସବ ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟ ସମ୍ପାଦକ ସୌମ୍ୟକାନ୍ତ ବେଉରା, ସମୀର ଦାସ, ପ୍ରଦୀପ ମଲ୍ଲିକ, ରମେଶ ଖୁଣ୍ଟିଆ, ସୁସ୍ମିତା ଦାସ, ରାଜେନ୍ଦ୍ର ବେହେରା, ଯୋଗେନ୍ଦ୍ର ବାବୁ ଦାସ ଓ ସଂଗ୍ରାମ ବିଶ୍ଵାଳ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।ଗୋପାଳ ସାମଲ ପ୍ରମୁଖ ଅନେକ ସମାଜସେବୀ ଉକ୍ତ ସଭାରେ ଯୋଗଦାନ କରିଥିଲେ। ସାମ୍ବାଦିକ ସର୍ବଶ୍ରୀ ଆନନ୍ଦ ଚନ୍ଦ୍ର ସାହୁ, ପ୍ରଭାତ କୁମାର ମହାନ୍ତି, ବିଶ୍ୱନାଥ ପଣ୍ଡା, ଆଦିତ୍ୟ କୁମାର ମେକାପ, କୈଳାଶ ଚନ୍ଦ୍ର ନାୟକ, ସମର ଜିତ ମହାନ୍ତି, ତପନ ମହାରଣ୍ୟ ଶର୍ମା, ପ୍ରଣବ କୁମାର ବିଶ୍ବାଳ, ଅଭୟ କୁମାର ପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର କୃତିତ୍ୱ ଅର୍ଜନ କରିଥିବା ୨୦୦ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *