କଟକ ସଦର, ୦୯/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ‘ଉତ୍କଳ ବିକାଶ ପରିଷଦ’ପକ୍ଷରୁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପରାମର୍ଶକ୍ରମେ ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିବା କୁଶ ଓରଫ କୃଷ୍ଣ ଚନ୍ଦ୍ର ମଲ୍ଲିକ ଙ୍କ ପରିବାର କୁ ଭେଟି ପରିଷଦର ସଭାପତି ଇଂ ପ୍ରଭାତ କୁମାର ସେଠୀ ଙ୍କ ନେତୃତ୍ଵରେ ସଭ୍ୟ ମାନେ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାଯାଇଛି। ଏଥିରେ ସ୍ଥାନୀୟ ବିଜେପି ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ, ତ୍ରୈଲୋକ୍ୟ ନାଥ ଗୁଇଁ, ଦେବେନ୍ଦ୍ର ଜେନା, କାର୍ତ୍ତିକ ଚନ୍ଦ୍ର ସାହୁ, କ୍ଷିତେନ୍ଦ୍ର ମିତ୍ର, ପ୍ରଦୀପ୍ତ କୁମାର ଦାସ, ଆଦିତ୍ୟ ମହାନ୍ତି, ଦୀପକ ମଣ୍ଡଳ, ଶୁଭକାନ୍ତ ସେଠୀ ପ୍ରମୁଖ ବହୁ ସଦସ୍ୟ ସାମିଲ ହୋଇଥିଲେ। ସେହିପରି ଅନ୍ୟ ଏକ ଅଗ୍ରଣୀ ସାମାଜିକ ସଂଗଠନ ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ପକ୍ଷରୁ ଆବାହକ ବିଶିଷ୍ଟ ଶିକ୍ଷାବିତ୍ ତଥା ଲବ୍ଧ ପ୍ରତିଷ୍ଠିତ ସି ଭି ରମଣ ଇଞ୍ଜିନିୟରିଂ କଲେଜର ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ମନୋଜ ନାୟକ (ଟୁଟନ) ଙ୍କ ପରାମର୍ଶକ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ୍ ଶାନ୍ତପୁର ପଞ୍ଚାୟତ ମାଣିକପୁର ଗ୍ରାମର ଅସହାୟା ବିଧବା ବୃଦ୍ଧା କେତକୀ କାଣ୍ଡି ଙ୍କର ଅନ୍ଧ ପୁତ୍ର ମହେନ୍ଦ୍ର କାଣ୍ଡିଙ୍କୁ ପୂର୍ବତନ ସରପଂଚ ଅଭିମନ୍ୟୁ ସାହୁ ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଯାଇଁ ସହାୟତା ପ୍ରଦାନ କରିଥିଵା ଜଣାପଡିଛି। ଏଥିସହିତ ଚାଳ ଛପର ଘରେ ରହୁଥିବା ଏଵଂ ଏକ ଅବିବାହିତା ଝିଅ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିବା ଉକ୍ତ ପରିବାର କୁ ଯଥାଶୀଘ୍ର ସରକାରୀ ସାହଯ୍ୟ ସହଯୋଗ ଯୋଗାଇଦେବାକୁ ପ୍ରଫେସର ନାୟକ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।