ବିଶ୍ଵରଞ୍ଜନ ଙ୍କୁ ବରୀ ପାଇଁ ପ୍ରାର୍ଥୀ କଲା ବିଜେଡି ।

ଯାଜପୁର , ୨୨/୦୪/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ) – ବରୀରେ ସବୁ କଳ୍ପନାର ଅନ୍ତ ଘଟିଛି , ଶେଷରେ ବିଜେଡି  ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଗୁଡବୁକ୍ ତାଲିକାରେ ଥାଇ  ବରୀ ନିର୍ବାଚନ ମଣ୍ଡଳୀର ଜନପ୍ରିୟ ଯୁବ ନେତା ବିଶ୍ବରଂଜନ ମଲ୍ଲିକ   ଚଳିତ ଥର ବରୀ ବିଧାନ ସଭା ପାଇଁ ବିଜେଡି ରୁ ପ୍ରାର୍ଥୀ ହେବାର ସୁଯୋଗ ପାଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ବର୍ତ୍ତମାନ ବରୀ ର ବିଭିନ୍ନ ଛକ , ବଜାର ଗ୍ରାମ ମାନଙ୍କରେ ବିଶ୍ୱ ପ୍ରେମୀ ବେଶ ଖୁସି ଥିବା ଦେଖିବାକୁ ମିଳିଛି ।  ବିଶ୍ଵ ଙ୍କ ମଜବୁତ୍ ସଙ୍ଗଠନ ଓ ଲୋକପ୍ରୀୟତା ତାଙ୍କୁ ଏହି ଶୀର୍ଷରେ ପହଞ୍ଚାଇ ପାରିଛି ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *