ପାରା ବ୍ୟାଡିମିଟନ ଖେଳାଳି ବିଭାସିନ୍ଧୁ ବାରିକ ଙ୍କୁ ସମ୍ବର୍ଦ୍ଧିତ କଲେ ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ

ଢେଙ୍କାନାଳ,୨୫/୦୬/୨୦୨୬(ଓଡ଼ିଶା ସମାଚାର)- ତୁର୍କୀ ଠାରେ ଆୟୋଜିତ ବିଶ୍ୱ ଯୁବ କ୍ରୀଡ଼ାରେ ଢେଙ୍କାନାଳର ଗର୍ବ ଓ ଗୌରବ ପାରା ବ୍ୟାଡିମିଟନ ଖେଳାଳି ବିଭାସିନ୍ଧୁ ବାରିକ ତିନୋଟି ବିଭାଗରେ ପଦକ ହାସଲ କରି ଜିଲ୍ଲା ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି । ଶ୍ରୀ ବାରିକ ଢ଼େଙ୍କାନାଳ ସହର ରାମେଶ୍ୱରପୁର ଅଞ୍ଚଳର ଆଇନଜୀବୀ ବେଣୁଧର ବାରିକ ଙ୍କ ପୁତ୍ର । ତାଙ୍କର ଏହି ସଫଳତା ପାଇଁ ଢ଼େଙ୍କାନାଳ ର ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ ତାଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ବିଭlସିନ୍ଧୁଙ୍କୁ ଅଭିନନ୍ଦନ ଶୁଭେଚ୍ଛା ଜଣାଇବା ସହିତ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ଶ୍ରୀ ବାରିକଙ୍କୁ କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ । ଶ୍ରୀ ସାମଲ ବିଭାସିନ୍ଦୁ ଙ୍କ ପିତା ମାତା ଙ୍କୁ ଅଭିନନ୍ଦନ ଶୁଭେଚ୍ଛା ଜଣାଇବା ସହିତ ବିଭ। ସିନ୍ଦୁ ଖାଲି ଆମ ଜିଲ୍ଲା ନୁହେଁ ବିଶ୍ୱ ସ୍ତରରେ ସେ ଭାରତକୁ ଗୌରବାନିତ କରିଛନ୍ତି ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆମ ଜିଲ୍ଲା ର ଯୁବ ପ୍ରତିଭା ମାନେ ଆଗକୁ ଯିବାକୁ ଚେଷ୍ଟା କରନ୍ତୁ ବୋଲି ଶ୍ରୀ ସାମଲ କହିବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ତାଙ୍କୁ ଆଶ୍ରିବlଦ ପ୍ରଦାନ କରନ୍ତୁ ବୋଲି ପ୍ରକାଶ କରିଥିଲେ । ଶ୍ରୀ ସାମଲ ଆଗାମୀ ଦିନରେ ବିଭlସିନ୍ଧୁ ସମସ୍ତ ସାହାଯ୍ୟ ସହିଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published. Required fields are marked *