ହାତୀ ଆକ୍ରମଣରେ ୨ ଜଣ ମୃତ୍ୟୁ ଘଟଣା : ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

ମୃତକଙ୍କୁ ମିଳିବ ୬ ଲକ୍ଷ ଲେଖାଏଁ, ଆହତଙ୍କୁ ମିଳିବ ଅଢେଇ ଲକ୍ଷ, ରେଡକ୍ରସ୍ ତରଫରୁ ୫୦ ହଜାର ଲେଖାଏଁ
ନିରାକାରପୁର, ୨୬/୭/୨୦୨୪ (ଓଡ଼ିଶା ସମାଚାର)-ଗୁରୁବାର ରାତି ସାଢ଼େ ଆଠଟା ବେଳେ ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଓଳସିଂହ ପଞ୍ଚାୟତ ଡମଣଭୂମି ଗ୍ରାମର ଆଦିବାସୀ ସାହି ର ପ୍ରମୋଦ କୁମାର ପାତ୍ରଙ୍କ ପତ୍ନୀ ରିନା ପାତ୍ର ତାଙ୍କ ୩ ବର୍ଷର ଝିଅକୁ ଧରି ବାସନ ମାଜିବା ପାଇଁ ବାଡ଼ିକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ରିନା ମୃତ୍ୟୁ ବରଣ କରିଥିବାବେଳେ ଝିଅ ଏଲି ପାତ୍ର ଗୁରୁତର ହୋଇ ଏମ୍ସ ରେ ଚିକିତ୍ସିତ ହେଉଛି। ଅନ୍ୟ ପଟେ ରିନା ଙ୍କ ନାତି ଚନ୍ଦନ ପାତ୍ର ଙ୍କ ପୁତ୍ର ବିଶ୍ୱଜିତ୍ ପାତ୍ର (୫ ) ନିକଟରେ ଖେଳୁ ଥିବାବେଲେ ତାକୁ ବୁ ହାତୀ ଟେକି କଚାଡି ଦେବାରୁ ସେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସିତ ହେଉଥିଲେ। ରାତି ସାଢ଼େ ୧୧ ଟାରେ ମୃତ୍ୟୁ ବରଣ କରି ଥିଲା। ପରେ ଏହାକୁ ନେଇ ଗତକାଲି ଗ୍ରାମରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଲୋକେ ଉତ୍ୟକ୍ତ ହୋଇ ଜଣେ ବନ କର୍ମଚାରୀଙ୍କୁ ଅଟକ ରଖିବା ସହିତ ବନ ବିଭାଗ ବୋଲେରୋ କୁ ବାଡେଇ ଭାଙ୍ଗି ଦେଇଥିଲେ। ଏ ପରିକି ବୁଝା ଶୁଝା କରିବାକୁ ଯାଇଥିବା ପୋଲିସ ଓ ବନ କର୍ମଚାରୀ ଙ୍କୁ ଟେକା ପଥର ମାଡ କରିଥିଲେ। ସେମାନେ ଗୟାବନ୍ଧ ଛକରେ ନିଆଁ ଜାଳି ୧୬ ନଂ ଜାତୀୟ ରାଜପଥ କୁ ଗୋଟାଏ ପର୍ୟ୍ୟନ୍ତ ଅବରୋଧ କରି ରଖିଥିଲେ। ଘଟଣା ସ୍ଥଳକୁ ପୋଲିସ ଫୋର୍ସ ସହିତ ଏସ ଡି ପି ଓ ଦିଲ୍ଲୀପ କୁମାର ଦାସ, ଏଏସି ଏଫ୍ ସ୍ଵାତୀ ମହାନ୍ତି, ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ, ଫରେଷ୍ଟର ପ୍ରଶାନ୍ତ କୁମାର ଦାସ, ଆଇଆଇସି ପ୍ରଜ୍ଞା ରିତମ୍ଭରା କର, ଖୋର୍ଦ୍ଧା ତହସିଲରଦାର ଭିବାଶ ରଞ୍ଜନ ମହାପାତ୍ର , ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଓ ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ଚିତ୍ତ ରଞ୍ଜନ ଭୋଳଙ୍କ ସମେତ ଅନ୍ୟ କିଛି ଭଦ୍ର ବ୍ୟକ୍ତି ପ୍ରମୁଖ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝା ସୂଝା କରିଥିଲେ। ପ୍ରତି ମୃତକଙ୍କୁ ୬ ଲକ୍ଷ ଟଙ୍କା , ଆହାତ ମାନଙ୍କୁ ଚିକିତ୍ସା ପାଇଁ ସାଢ଼େ ୨ ଲକ୍ଷ ଟଙ୍କା ସହିତ ରେଡକ୍ରସ୍ ତରଫରୁ ପ୍ରତି ଙ୍କୁ ୫୦ ହଜାର ପ୍ରଦାନ। ଗତକାଲି ରାତିରେ ଜିଲ୍ଲା ପ୍ରଶାସନ ତରଫରୁ ୨ ଲକ୍ଷ ଟଙ୍କା ଅଗ୍ରୀମ ପ୍ରଦାନ କରାଯାଇଛି। ସେହିପରି ହାତୀକୁ ଟ୍ରାଙ୍କୁଲାଇଜ କରି ଅଞ୍ଚଳ କୁ ହାତୀ ମୁକ୍ତ କରିବା ,ଫସଲକୁ ରକ୍ଷା କରିବା ପାଇଁ ସୋଲାର ତାର ବାଡ ବ୍ୟବସ୍ଥା ଓ ହାତୀ ମୃତ୍ୟୁ ମାମଲାରେ ପଡ଼ିଥିବା ଦୁଇ ପରିବାର ଙ୍କ କେସ ପ୍ରତ୍ୟାହୃତ କରିବା ପ୍ରତିଶ୍ରୁତି ପାଇବା ପରେ ରାତି ଗୋଟେ ରେ ଉତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ ରୁ ହଟିଥିଲେ। ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା। ପ୍ରକାଶ ଥାଉ କି ହାତୀଙ୍କ ଉତ୍ପାତ ଦିନକୁ ଦିନ ଏ ଅଞ୍ଚଳରେ ବଢିବା ସହିତ ଧନ ଜୀବନ ପ୍ରତି ବାରମ୍ବାର ବିପଦ ସୃଷ୍ଟି ହେଉଛି। ଲୋକଙ୍କ ଜୀବନ ଯାଉଛି ଏଣେ ଲୋକେ କରିଥିବା ଫସଲ ହାତୀ ନଷ୍ଟ କରୁଛନ୍ତି। ଏହି ପରି ଦୀର୍ଘ ଦିନର ଅସନ୍ତୋଷ ଗତ କାଲି ଜାତୀୟ ରାଜପଥ ଅବରୋଧ ଓ ପୋଲିସ , ବନ କର୍ମଚାରୀ ଗାଡି କୁ ଆକ୍ରମଣରୁ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା।

Leave a Reply

Your email address will not be published. Required fields are marked *