ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସ୍ୱତନ୍ତ୍ର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ‘କଲ୍‌ ବିଫୋର ୟୁ ଡିଗ’ ଆପ୍‌ର ସଚେତନତା କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର,୨୮/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସ୍ୱତନ୍ତ୍ର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସିବିୟୁଡି (CBuD) ମୋବାଇଲ ଆପ୍‌ ର ଉପଯୋଗ ଏବଂ ବ୍ୟବହାର ସମ୍ପର୍କରେ ଏକ କର୍ମଶାଳା ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସିବିୟୁଡି (CBuD) ହେଉଛି ଏକ ଅନଲାଇନ୍‌ ପ୍ଲାଟଫର୍ମ ଯାହା ଦ୍ୱାରା ରାସ୍ତାପାଶ୍ୱର୍ ଖନନ କାର୍ଯ୍ୟ ସମୟରେ ଖନନ ଏଜେନ୍ସି ଏବଂ ଭୂତଳ ୟୁଟିଲିଟି ସେବା ଯୋଗାଇଥିବା ସଂସ୍ଥାମାନଙ୍କ ମଧ୍ୟର ସମନ୍ୱୟ ସ୍ଥାପନ କରିବାରେ ସହାୟକ ହେବ । ଏହି ମୋବାଇଲ ଆପ୍‌ ର ବ୍ୟବହାର ଦ୍ୱାରା ଭୂତଳରେ ଦେଇ ଯାଇଥିବା ବିଭିନ୍ନ ଜରୁରୀ ଉପକରଣ ଯଥା ପାଣି ଲାଇନ, ଟେଲିଫୋନ କେବଲ ଇତ୍ୟାଦି କ୍ଷୟକ୍ଷତିରୁ ବଞ୍ଚିପାରିବ । ୧୮ ଜଣ କର୍ମଶାଳାରେ ପ୍ରତ୍ୟକ୍ଷ ରୂପେ ଯୋଗଦେଇଥିଲେ ଏବଂ ୧୦ ଟି ଜିଲ୍ଲାର ବିଭିନ୍ନ ବ୍ଲକ ଓ ତହସିଲରୁ ୪୦୦ରୁ ଊଦ୍ଧ୍ୱର୍ ଅଂଶଗ୍ରହଣକାରୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ଯୋଗଦେଇଥିଲେ ଏହି କର୍ମଶାଳାରେ ୪୦୦ରୁ ଊଦ୍ଧ୍ୱର୍ ଭାଗନେଇଥିଲେ । ଶେଷରେ ଡେପୁଟି ଡାଇରେକଫର ଜେନେରାଲ (ଡି.ଡି.ଜି), ଓଡ଼ିଶା ଏକ ବୈଷୟିକ ଉପସ୍ଥାପନା ମାଧ୍ୟମରେ ଏହି ସଫଫେୱର ଏବଂ ମୋବାଇଲ ଆପ୍‌ର ବ୍ୟବହାର ସମ୍ପର୍କରେ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ ଏବଂ ଏହି କର୍ମଶାଳା ପ୍ରଶ୍ନୋତ୍ତର ପର୍ଯ୍ୟାୟରେ ପରିସମାପ୍ତି ହୋଇଥିଲା ।

Leave a Reply

Your email address will not be published. Required fields are marked *