କେନ୍ଦ୍ରାପଡ଼ା,୩୦/୧୧/୨୦୨୩ (ଓଡ଼ିଶା ସମାଚାର)- ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ କେନ୍ଦ୍ରାପଡ଼ା ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜନ ହେବାକୁ ଯାଉଛି ନିଯୁକ୍ତି ଭିତିକ ବିକାଶ ତାଲିମ ନିମନ୍ତେ ବ୍ଲକ୍ ସ୍ତରୀୟ ପରାମର୍ଶ ଶିବିର । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ସହ ଚୁକ୍ତି କରିଥିବା ତାଲିମ ପ୍ରଦାନକାରୀ ସଂସ୍ଥାମାନେ ଏବଂ କେନ୍ଦ୍ରାପଡ଼ାର ବୈଷୟିକ ଶିକ୍ଷାନୁଷ୍ଠାନମାନେ ଏହି ଶିବିରରେ ଅଂଶଗ୍ରହଣ କରିବେ । ଏହି ଶିବିରରେ ଜିଲାର ୫ମ ଶ୍ରେଣୀରୁ ସ୍ନାତକ ଓ ଆଇଟିଆଇ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ । ୧୮ରୁ ୩୫ ବର୍ଷ ବୟସ୍କ ଇଛୁକ ପ୍ରାର୍ଥି ଓ ପ୍ରାର୍ଥିନୀମାନେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ସହ ଗୋଟିଏ ରଙ୍ଗୀନ ପାସପୋର୍ଟ ଫଟୋ ପଞ୍ଜିକରଣ ପାଇଁ ଆଣିବାକୁ ହେବ । କେନ୍ଦ୍ରାପଡ଼ା ବ୍ଲକ୍ ପାଇଁ ଡିସେମ୍ବର ୫ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଡେରାବିଶ, ପଟ୍ଟାମୁଣ୍ଡାଇ, ରାଜନଗର, ଆଳି, ରାଜକନିକା, ମାର୍ଶାଘାଇ, ମହାକାଳପଡ଼ା, ଗରଦପୁରରେ ଯଥାକ୍ରମେ ୬, ୭, ୮, ୧୨, ୧୩, ୧୪, ୧୫, ୧୬ ତାରିଖ ଚୂଡ଼ାନ୍ତ ହୋଇଛି । ସୂଚନାଯୋଗ୍ୟ ଯେ ସମସ୍ତ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ନିଯୁକ୍ତି ଭିତିକ ବିକାଶ ତାଲିମ ନିମନ୍ତେ ବ୍ଲକ୍ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହେବ । ଶିବିର ପାଇଁ ସମୟ ରହିଛି ସକାଳ ୧୧ଟାରୁ ଅପରାହ୍ଣ ୩ଟା । ଅଧିକ ସୂଚନା ପାଇଁ ଜିଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ଜିଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା ସୂଚନା ପ୍ରଦାନ କରିଛନ୍ତି ।
Related Posts
ମହାପ୍ରଭୁଙ୍କ ରଥଯାତ୍ରାରେ ଭିଡ ଜନିତ ଅଘଟଣ : ମୃତ ଭକ୍ତଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା
ଉନ୍ନୟନ କମିଶନରଙ୍କ ଅଧୀନରେ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ – ଜିଲ୍ଲାପାଳ ଓ ଏସ.ପି ଙ୍କ ବଦଳି ନିର୍ଦ୍ଦେଶ, ନୂଆ ଜିଲ୍ଲାପାଳ ହେଲେ ଶ୍ରୀ ଚଞ୍ଚଲ୍ ରାଣା, ଶ୍ରୀ…
ରୋଟାରୀ ରୟାଲର ଡିଜି ଓ ଓସିଭି ଅନୁଷ୍ଠିତ
ଭୁବନେଶ୍ୱର,୨୩/୦୬/୨୦୨୫ (ଓଡ଼ିଶା ସମାଚାର)- ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ରୟାଲ ଆନୁକୂଲ୍ୟରେ ‘ପ୍ରାନ୍ତପାଳ ଅଧିକାରୀଙ୍କ କ୍ଲବ ପରିଦର୍ଶନ’ କାର୍ଯ୍ୟକ୍ରମ କ୍ଲବ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ…
ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଙ୍କ ବିରୁଦ୍ଧରେ ଅପମାନଜନକ, ଅଶାଳୀନ ଏବଂ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିବା ଅଭିଯୋଗରେ ଯୁବକ ଗିରଫ
ଭୁବନେଶ୍ୱର,୦୫/୦୭/୨୦୨୬ (ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଅପମାନଜନକ, ଅଶାଳୀନ ଏବଂ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିବା ଅଭିଯୋଗରେ…
