ରାଜାରାଣୀ ସଙ୍ଗୀତ ଉତ୍ସବର ଉଦଘାଟନୀ ସଂଧ୍ୟାରେ ଶାସ୍ତ୍ରୀୟସଙ୍ଗୀତର ମୁର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ

ଭୁବନେଶ୍ୱର,୧୫/୧୧/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଆଜିଠାରୁ ତିନିଦିନ ଧରି କଳିଙ୍ଗ କଳାସ୍ଥାପତ୍ୟର ଚମତ୍କାର କଳାକୃତିଏକାଦଶ ଶତାବ୍ଦୀ ନିର୍ମିତ ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଛି । ଏହି ଉତ୍ସବର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ଭାରତବର୍ଷରେ ଥିବା ଶାସ୍ତ୍ରୀୟ ତଥା ପାରମ୍ପାରିକ ସଙ୍ଗୀତକୁ ଗୋଟିଏ ମଂଚରେ ପ୍ରଦର୍ଶନ କରାଇ ଆଗାମୀ ପିଢିର କଳାକାରମାନଙ୍କୁ ଆମର ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ରୁଚି ବଢାଇବା ସହିତ ଏହି କଳାର ପ୍ରଚାର ପ୍ରସାର ଦେଶ ତଥା ଦେଶ ବାହାରେ କରାଇବା । ଏହାବ୍ୟତୀତ ମନ୍ଦିର ମାଳିନୀ ଭୁବନେଶ୍ୱରରେ ରାଜାରାଣୀ ମନ୍ଦିର ପରି ଏକ ରମଣୀୟ ତଥା କମନୀୟ ସ୍ଥାପତ୍ୟ କଳାପୂର୍ଣ୍ଣ ମନ୍ଦିରକୁ ରାଜ୍ୟବାହାରୁ ତଥା ବିଦେଶରୁ ସଙ୍ଗୀତ ପ୍ରେମୀ ବିଧଗ୍ଧଶ୍ରୋତା ଓ ପର୍ଯ୍ୟଟକ ମାନଙ୍କୁ ଆକର୍ଷଣ କରାଇବା ।
ଉଦଘାଟନୀ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ପ୍ରଖ୍ୟାତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ବାଦକ ଦମ୍ପତି ପଣ୍ଡିତ ଶୁଭେନ୍ଦ୍ର ରାଓ ଓ ସଶକିୟା ରାଓ ଦେ ହାସ ଦ୍ୱାରା ସୀତାର ଓ ସେଲୋ (ଯାହାଏକ ପାଶ୍ଚାତ୍ୟ ବାଦ୍ୟ ଯନ୍ତ୍ର) ବାଦନର ଯୁଗଳବନ୍ଦୀ । ସେମାନେ ପ୍ରଥମେ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତରେ ଆଧାରିତ ରାଗ କେବାଣୀ ଓ ତିନ୍ ତାଲ ପରେ ପରେ ବିଭିନ୍ନ ରାଗ ଓ ତାଳକୁନେଇ ତାଙ୍କର ବାଦନ ବେଶ ହୃଦୟସ୍ପର୍ଷି ଥିଲା ଯାହାକୁ ଦର୍ଶକ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ରହି ଉପଭୋଗ କରିଥିଲେ ।ସେମାନଙ୍କୁ ତବଲାରେ ରାମ କୁମାର ମିଶ୍ର ସହଯୋଗ କରିଥିଲେ ।
ସନ୍ଧ୍ୟାର ଦ୍ୱିତୀୟକାର୍ଯ୍ୟକ୍ରମ ଥିଲା ହୀନ୍ଦୁସ୍ଥାନୀ କତ୍ସ୍ନସଙ୍ଗୀତ ବିଷାରଦ ପଣ୍ଡିତ ଅଜୟ ଚକ୍ରବର୍ତୀଙ୍କ ଦ୍ୱାରା ହିନ୍ଦୁସ୍ଥାନୀ କଣ୍ଠସଙ୍ଗୀତ ପରିବେଷଣ । ତାଙ୍କର ନିଖୁଣ ଓ ସୁନ୍ଦରରାଗବିସ୍ତାର, ତାନ ଓ ସରଗମ ରବିଭିନ୍ନ କ୍ରିୟାତ୍ମକ ପରିବେଷଣ, ସୁଲଳିତ କତ୍ସ୍ନରେ ବିଭିନ୍ନ କଳାକୌଶଳ ପ୍ରୟୋଗ ଇତ୍ୟାଦି ଦ୍ୱାରା ଉପସ୍ଥିତ ବିଦଗ୍ଧ ଶ୍ରୋତାମାନଙ୍କୁ ସେ ମନ୍ତ୍ରମୁଗ୍ଧ କରିଥିଲେ । ଅଜୟ ଚଳ୍ରବର୍ତୀଙ୍କୁ ସହଯୋଗ କରିଥିଲେ ହାରମୋନିୟମ ରେ ଯତିଶମୟ ବାନାର୍ଜୀ, ତବଲା ରେ ଯଶବନ୍ତ ବୌଷ୍ଣବ ଓ କତ୍ସ୍ନରେ ମିହିର ପାରଲିଙ୍କର ।
ଆଜି ସନ୍ଧ୍ୟାର ଅତିଥିମାନେ ଥିଲେ ଓଡ଼ିଆ ଭାଷା, ସାହିତ‎୍ୟ,ସଂସ୍କୃତି ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଅଶ୍ୱିନୀକୁମାର ପାତ୍ର; ଓଡ଼ିଆଭାଷା, ସାହିତ‎୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ; ଓଡ଼ିଆଭାଷା, ସାହିତ‎୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଧେଶକ ଦିଲୀପ ରାଉତରାଏ; ଓଡ଼ିଆଭାଷା, ସାହିତ‎୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ମଧୁସୁଦନ ଦାସ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ର ସଚିବ ପ୍ରବୋଧ କୁମାର ରଥ । କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଅନୁଜା ତାରିଣୀ ମିଶ୍ର । ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତିବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକଏକାଡ଼େମୀର ଅଧିକାରୀ ବୃନ୍ଧ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *