କିଶନନଗର ଚିନ୍ତାମଣି ସରକାରୀ ହାଇସ୍କୁଲ ପରିଚାଳନା କମିଟି ଗଠିତ

                               ଜ୍ଞାନ ରଞ୍ଜନ ସାହୁ ସଭାପତି ନିର୍ବାଚିତ

କଟକ ସଦର,୧୭/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ ପୁରାତନ ତଥା ଚିନ୍ତାମଣି ସରକାରୀ ହାଇସ୍କୁଲର ସ୍କୁଲ ପରିଚାଳନା କମିଟି(ଏସ୍ ଏମ୍ ସି) ଗଠିତ ହୋଇଛି । ଗତ ୧୩ ତାରିଖ ଦିନ ଅନୁଷ୍ଠିତ ବୈଠକରେ ଆନୁଷ୍ଠାନିକ ଭାବେ ସଭ୍ୟ/ସଭ୍ୟା ଙ୍କ ସମେତ ସଭାପତି ଭାବେ ଞ୍ଜାନ ରଞ୍ଜନ ସାହୁ ନିର୍ବାଚିତ ହୋଇଥିଲେ।

ହେଲେ ଉକ୍ତ ନିର୍ବାଚନ ଅନିୟମିତତା ଭାବେ କରାଯାଇଥିବା କେତେକ ଅଭିଭାବକ ଅଭିଭାବକ ଅଭିଯୋଗ କରିବା ପରେ ବିବାଦ ଦେଖାଦେଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ଶୁକ୍ରବାର ଦିନ ପ୍ରଧାନଶିକ୍ଷୟିତ୍ରୀ ତଥା ଏସ୍ ଏମ୍ ସି ସଂପାଦିକା ସବିତା ବେହେରା ଙ୍କ ଆହ୍ୱାନ କ୍ରମେ ପୁନଃରାୟ ନିର୍ବାଚନ କରାଯାଇଥିଲା ।

ତେବେ ପୂର୍ବ ବୈଠକରେ ୬ ଖଣ୍ଡ ଅଧିକ ଭୋଟ ପାଇ ସଭାପତି ଭାବେ ବିଜୟୀ ହୋଇଥିବା ଞ୍ଜାନ ରଞ୍ଜନ ସାହୁ ଆଜିର ଭୋଟରେ ତାଠାରୁ ୧୧ ଖଣ୍ଡ ଅଧିକ ଭୋଟ ରେ ବିଜୟୀ ହେଇଥିବା ଜଣାପଡିଛି। ଏହା ଜଣାପଡିବା ପରେ ଞ୍ଜାନ ରଞ୍ଜନ (ଗାନ୍ଧୀ)ଙ୍କ ନିକଟକୁ ପୁରାତନ ଛାତ୍ର/ଛାତ୍ରୀ, ଅଭିଭାବକ/ଅଭିଭାଵିକା ମାନଙ୍କ ପକ୍ଷରୁ ଅଭିନନ୍ଦନର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *