ଖଲ୍ଲିକୋଟ, ୦୬/୧୨/୨୦୨୪ (ଓଡ଼ିଶା ସମାଚାର)-ଆଜି ଦିବା ୧୨ ଘଟିକା ସମୟରେ ଖଲ୍ଲିକୋଟ ବରିଷ୍ଠ ନାଗରିକ ମଞ୍ଚ ର ବୈଠକ ଗୃହରେ ଡ଼.ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ପୌରହିତ୍ୟ ରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭଵନ ଠାରେ ପାଳିତ ହେବାକୁ ଥିବା ବାର୍ଷିକ ଉତ୍ସବ ଓ ପ୍ରକାଶିତ ସ୍ମରଣୀକା “ସ୍ମୃତିସୁଧା” ର ସଫଳ ରୂପାୟନ ପାଇଁ ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶ୍ରୀ ବିଜୟ କୁମାର ବିଶ୍ୱାଳ, ବିଶିଷ୍ଟ ସମାଜ ସେବୀ ଶ୍ରୀ ଅନିଲ କୁମାର ପଣ୍ଡା, ଅବସର ପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସତପଥି ଓ ଅବସର ପ୍ରାପ୍ତ କର୍ମଚାରୀ ସଂଘର ବରିଷ୍ଠ ସଭ୍ୟ ଶ୍ରୀ ବିପିନ ମିଶ୍ର ଉପସ୍ଥିତ ଥିଲେ । ଟ୍ରଷ୍ଟ ର ସମ୍ପାଦକ ଶ୍ରୀ ପଞ୍ଚାନନ ସୁର ଜୟଦେବ ଭଵନ ଠାରେ ପାଳିତ ହେବାକୁ ଥିବା ବାର୍ଷିକ ଉତ୍ସବ କାର୍ୟ୍ୟକ୍ରମ ର ସମ୍ୟକ ସୂଚନା ପ୍ରଦାନ କରିଥିଲେ, ସେହିଦିନ ପ୍ରଥମେ ବିଶିଷ୍ଟ କବି-କବୟତ୍ରୀ ମାନଙ୍କ ଦ୍ୱାରା କବିତା ପାଠୋତ୍ସବ କରାଯିବା ପରେ ଅସ୍ମିତା ଉପରେ ଆଧାରିତ କ୍ଷୁଦ୍ର ନାଟକ “ଉତ୍କଳର ବିଳାପ” ମଞ୍ଚସ୍ଥ କରାଯିବ, ନାଟକଟିର ସମସ୍ତ ଦାୟୀତ୍ୱ ଵହନ କରିବା ପାଇଁ ନାଟ୍ୟକାର ଶ୍ରୀମତୀ ଦୀପିକା ଦାସ ପ୍ରତିଶୃତି ଦେଇଛନ୍ତି । କିଛି ସମାଜ ସେବିଙ୍କୁ ସମ୍ମାନିତ କରାଯିବାର ନିଷ୍ପତ୍ତି ନିଆଗଲା । ବୈଠକ ରେ ଅନ୍ୟମାନେ ହେଲେ ଶୁଭଶ୍ରୀ ବିଶ୍ୱାଳ, ମହାଦେବ ମଲ୍ଲିକ, ଦଣ୍ଡପାଣି ବେହେରା, ଅଜିତ କୁମାର ଭାର୍ଗବ, ଶ୍ରୀପ୍ରସାଦ ଆଚାର୍ୟ୍ୟ, ସରୋଜ କୁମାର ପଟ୍ଟନାୟକ, ପ୍ରତାପ ଚନ୍ଦ୍ର ମହାପାତ୍ର, ସୁଭାସ ବିଶ୍ୱାଳ, ଅବନି କୁମାର ନାୟକ, ବନୀତା ସ୍ୱାଇଁ, ବିଜୟ ବିଶ୍ୱାଳ, ଗୋପୀନାଥ ବେହେରା ତଥା ଅନ୍ୟାନ୍ୟ ବହୁ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ଶେଷରେ ସହ ସଂପାଦିକା ମିତାରାଣୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାପତି ଙ୍କ ଦ୍ୱାରା ସଭା ସାଙ୍ଗ କରାଗଲା ଏବଂ ସମସ୍ତେ ମନ୍ଦିର ପ୍ରସାଦ ସେବନ କରିଥିଲେ ।
ଡ଼.ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ର ବାର୍ଷିକ ଉତ୍ସବ ପାଇଁ ଦ୍ବିତୀୟ ବୈଠକ
