କୃଷି ବିଜ୍ଞାନ କେନ୍ଦ୍ରରେ ଅମଳ ପରବର୍ତ୍ତୀ ଯତ୍ନ ଓ ପ୍ରକ୍ରିୟାକରଣ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ

ଜଗତସିଂହପୁର ୦୬/୧୨/୨୦୨୪ (ଓଡ଼ିଶା ସମାଚାର)-କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ଆନୁକୁଲ୍ୟରେ ଅମଳ ପରବର୍ତ୍ତୀ ଯତ୍ନ ଓ ପ୍ରକ୍ରିୟାକରଣ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା କୃଷି ଓ ବୈଷୟିକ ବିଶ୍ଵବଦ୍ୟାଳୟ ଅଧୀନସ୍ଥ ଅମଳ ପରବର୍ତ୍ତୀ ବୈଷୟିକ ଜ୍ଞାନ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପର ମୁଖ୍ୟ ଗବେଷଣା ଯନ୍ତ୍ରୀ ପ୍ରଫେସର୍ ଉମା ଶଙ୍କର ପାଲ ଓ ବୈଷୟିକ କର୍ମଚାରୀ ନବକିଶୋର ସାହୁ ଯୋଗଦେଇ ବିଭିନ୍ନ ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ ଯନ୍ତ୍ରପାତି ଯଥା ରବର ଯୁକ୍ତ ଧାନ କଳ, କ୍ଷୁଦ୍ର ଡାଲି କଳ, ଗୋଡ଼ି କାଢ଼ିବ ମେସିନ୍, ସୌର ଶକ୍ତି ଚାଳିତ ସୁଖେଇବା ଯନ୍ତ୍ର, ଛତୁଆ ତିଆରି ଯନ୍ତ୍ର, କ୍ଷୁଦ୍ର ତେଲ କଳ, ବାଦାମ କଳ, ଏଲେକ୍ଟ୍ରି ମୁଢ଼ି ତିଆରି ଯନ୍ତ୍ର, ଚୁଡ଼ା କଳ, ପରିବ ରଖିବା ପାଇଁ କୁଲ ଚାମ୍ବର ଇତ୍ୟାଦି ବିଷୟରେ ଚାଷୀ ମାନଙ୍କୁ ଅବଗତ କରାଇଥିଲେ । ଏହି ପରିପେକ୍ଷିରେ ବଡ଼ି ପକେଇବା ଯନ୍ତ୍ର ଓ ଗୁଆ ଛଡା ଯନ୍ତ୍ରର  କ୍ଷେତ୍ର ପ୍ରଦର୍ଶନ କରାଯାଇଥିଲା। ବଡ଼ି ପକା ଯନ୍ତ୍ର ବ୍ୟବହାର କରି ଅତି ସହଜରେ ଗୋଟା ବଡ଼ି ଓ ଫୁଲ ବଡ଼ି ପକା ଯାଇପାରେ । ଏହି ଯନ୍ତ୍ର ଦ୍ଵାରା ଏକ ଘଣ୍ଟାରେ ଅତି ସହଜରେ ୫ ରୁ ୬ କେଜି ବଡ଼ି ପକାଯାଇ ପାରିବ । ଗୁଆ ଛଡା ଯନ୍ତ୍ର ଉଭୟ ଶୁଖିଲା ଓ କଞ୍ଚା ଗୁଆରୁ ଚୋପା ଛଡ଼ାଇବା ପାଇଁ ବ୍ୟବହାର କରାଯାଏ । ହସ୍ତ ଚାଳିତ ଗୁଆ ଛଡା ଯନ୍ତ୍ର ବ୍ୟବହାର କରି ଘଣ୍ଟାକୁ ୬ ରୁ ୭ କେଜି ଗୁଆ ଛଡା ଯାଇପରେ । ଏହି କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ରର ଜଗତସିଂହପୁରର କୃଷି ଯନ୍ତ୍ରପାତି ବୈଜ୍ଞାନିକ ଡ଼ ଦ୍ବାରିକା ମୋହନ ଦାସ ପରିଚାଳନା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଟ ବୈଜ୍ଞାନିକ ଓ ମୁଖ୍ୟ ଡ଼ ଜୀବନଜିତ୍ ସେନ୍ ଯୋଗଦେଇ ଖାଦ୍ୟ ପ୍ରକ୍ରିୟାକରଣ ଦ୍ୱାରା ଚାଷୀ ମାନେ ଲାଭବାନ ହୋଇ ପାରିବେ ବୋଲି ଅବଗତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ମୃତ୍ତିକା ବୈଜ୍ଞାନିକ ଡ଼ ପ୍ରଦୀପ୍ତ ମାଝୀ, ଫସଲ ସଂରକ୍ଷଣ ବୈଜ୍ଞାନିକ ଶ୍ରୀ ଦେବାଶିଷ ପଣ୍ଡା, ଶ୍ରୀମତୀ ସସ୍ମିତା ପୁରୋହିତ ଡ଼ ଵିଛିନା ମୈତ୍ରୀ ରାଉତ, ବିଜୟିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବେଥାନି ସାମାଜିକ ସଂଗଠନ ତରଫରୁ ମାଡାମ ଗ୍ରେଶୀ, ସମାଜସେବୀ ସୁଶ୍ରୀ ଶୁଭଶ୍ରୀ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *