୪୮ ଘଣ୍ଟା ମଧ୍ୟରେ ଚାଷୀ ପାଇବେ ଏମ୍.ଏସ୍.ପି  ସହାୟତା ରାଶି

ଭୁବନେଶ୍ୱର,୨୯/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଚଳିତ ଖରିଫ ଋତୁରେ ସମଗ୍ର ରାଜ୍ୟରେ ଧାନକିଣା ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି । ପଞ୍ଜୀକୃତ ଚାଷୀ ମଣ୍ଡିରେ ଧାନ ବିକିବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସର୍ବନିମ୍ନ ସହାୟତା ମୂଲ୍ୟ ପାଇପାରୁଛନ୍ତି । ଏଥି ନିମନ୍ତେ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚାଷୀମାନଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ଭାବେ ସର୍ବନିମ୍ନ ସହାୟତା ମୂଲ୍ୟ ପ୍ରଦାନ ପାଇଁ ସରକାରୀ ସ୍ତରରେ ବିଭିନ୍ନ ପର୍ଯ୍ୟାୟରେ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ଦିନରାତି ୨୪ ଘଣ୍ଟିଆ ଭିତ୍ତିରେ କାର୍ଯ୍ୟକରି ଚାଷୀମାନଙ୍କ ହିତରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । କୌଣସି ଅଭିଯୋଗ ଆସିଲେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି । ଯୋଗାଣ ବିଭାଗ ପକ୍ଷରୁ ଏଥି ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏହି ଅଧିକାରୀମାନେ ଚାଷୀମାନଙ୍କ ହିତକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରିବା ସହ ସେମାନଙ୍କ ପ୍ରାପ୍ୟ ପାଇବାକୁ କାର୍ଯ୍ୟ କରୁଛନ୍ତି ।

          ସୂଚନାଯୋଗ୍ୟ, ଚାଷୀମାନଙ୍କ ଆକାଉଣ୍ଟକୁ ପ୍ରାରମ୍ଭିକ ଭାବେ ମ୍ୟାପିଂ କରାଯିବା ସହ ଶତପ୍ରତିଶତ ଭାବେ ଯାଞ୍ଚ କରାଯାଉଛି । ଏହାକୁ ବୈଷୟିକ ଉପଯୋଗୀ କରାଯାଇ ଡିଜିଟାଲ ମାଧ୍ୟମରେ ସେମାନଙ୍କ ଆକାଉଣ୍ଟକୁ ଏହି ପ୍ରାପ୍ୟ ପ୍ରଦାନ କରାଯାଉଛି । ଏଥି ନିମନ୍ତେ ଯୋଗାଣ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ଏ ସଂକ୍ରାନ୍ତୀୟ ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରି ତ୍ୱରିତ ପଦକ୍ଷେପ ନିଆଯାଉଛି । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଚାଷୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଉପଯୋଗୀ ପଦକ୍ଷେପ ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *