Odisha Latest News : ଆଇସିଏଆର୍-ସିଫାର ୩୭ତମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର, ୦୧/୦୪/୨୦୨୪ (ଓଡ଼ିଶା ସମାଚାର)- ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ଅନୁସନ୍ଧାନ ସଂସ୍ଥା(ସିଫା)ର ୩୭ତମ ବାର୍ଷିକ ଉତ୍ସବ କୌଶଲ୍ୟାଗଙ୍ଗସ୍ଥିତ ମୁଖ୍ୟାଳୟଠାରେ ପାଳିତ ହୋଇଯାଇଛି ।ପ୍ରକାଶଥାଉକି ୧୯୮୭ ମସିହାରେ ମଧୁର ଜଳଜୀବ ପାଳନ ଗବେଷଣା ପାଇଁ ଏକ ସ୍ୱତନ୍ତ୍ର ଅନୁଷ୍ଠାନ ଭାବରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଅଧିନସ୍ଥ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ୱାରା ପ୍ରତିଷ୍ଠିତ ହୋଇ ସଫଳତାର ସହ କାର୍ଯ୍ୟକରି ଦେଶ ବିଦେଶରେ ମତ୍ସ୍ୟ ଗବେଷଣା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି ।ମୁଖ୍ୟ ଅତିଥିଭାବେ କୋଲକାତାସ୍ଥିତ ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ନିେର୍ଦ୍ଧେଶକ ଡଃ ଧ୍ରୀତି ବାନାର୍ଜୀ ଯୋଗଦାନ କରିଥିବାବେଳେ ଜାତୀୟ ଧାନ ଗବେଷଣା କେନ୍ଦ୍ରର ନିର୍ଦ୍ଧେଶକଡଃ ଅମରେଶ କୁମାର ନାୟକ ଓ ଜୀବ ବିଜ୍ଞାନ ସଂସ୍ଥାର ନିର୍ଦ୍ଧେଶକ ଡଃ ଦେବାଶିଷ ଦାଶ ସମ୍ମାନୀତ ଅତିଥି ଭାବେଯୋଗ ଦେଇଥିଲେ ।
ସିଫାର ୩୭ତମ ଜନ୍ମ ଦିବସରେ ସମସ୍ତଙ୍କୁ ଅଭିନନ୍ଦନର ଜଣାଇ ମୁଖ୍ୟ ଅତିଥି ଡଃ ଧ୍ରୀତି ବାନାର୍ଜୀ ନିଜର ଅଭିଭାଷଣରେ କହିଲେ ଯେ ପ୍ରକୃତିକୁ ରକ୍ଷାକଲେ ମାନବ ସମାଜ ଦୀର୍ଘଜୀବି ହେବ । ‘ପ୍ରକୃତି ରକ୍ଷତେ ରକ୍ଷିତା’ ଅର୍ଥାତ୍ ପ୍ରକୃତି ଆମକୁ ରକ୍ଷାକରିବ ଯଦି ସେ ନିଜେ ସୁରକ୍ଷିତ ରହିବ ।ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରତିବର୍ଷ ପ୍ରାୟ ତିନିଶହ ପ୍ରଜାତିର ନୂତନ ପ୍ରାଣୀକୁ ଚିହ୍ନଟ କରାଯାଉଛି । ନିକଟରେ ଦୀଘାରୁ ଏକ ନୂଆ ପ୍ରଜାତିର ମାଛ ଆବିଷ୍କୃତ ହୋଇଛି ।ଏହି ଅବସରରେ ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଏବଂ ଆଇସିଏଆର୍-ସିଫା ମଧ୍ୟରେ ମିଳିତ ଗବେଷଣା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିବା କଥା ଡଃ ବାନାର୍ଜୀ ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଜାତୀୟ ଧାନ ଗବେଷଣା କେନ୍ଦ୍ରର ନିର୍ଦ୍ଧେଶକ ଡଃ ଅମରେଶ କୁମାର ନାୟକ ନିଜ ବକ୍ତବ୍ୟରେ ମତ୍ସ୍ୟ ବିଜ୍ଞାନ କ୍ଷେତ୍ରକୁ ସିଫାର ଅବଦାନ ସଂପର୍କରେ ଅବତାରଣା କରି କହିଥିଲେ ଯେ ସମାଜର ନିମ୍ନସ୍ତରରେ ଥିବା ମତ୍ସ୍ୟ ଚାଷୀଏବଂ ମହିଳା କୃଷିଜୀବିଙ୍କୁ ସଶକ୍ତିକରଣ କରିବାରେ ସିଫା ଯଥେଷ୍ଟ କାର୍ଯ୍ୟକରୁଛି ବୋଲି ଡଃ ନାୟକ ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ତଥା ଜୀବ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଧେଶକ ଡଃ ଦେବାଶିଷ ଦାଶ ନିଜର ବକ୍ତବ୍ୟ ରଖି ସିଫା ଓ ଆଇଏଲଏସ୍ ମଧ୍ୟରେ ବିଭିନ କ୍ଷେତ୍ରରେ ଗବେଷଣା ସହଯୋଗ ଚାଲୁ ରହିଥିବା କଥା ପ୍ରକାଶ କରିଥିଲେ । ପ୍ରାରମ୍ଭରେ ସିଫାର ନିର୍ଦ୍ଧେଶକ ଡଃ ପି. କେ. ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ସିଫାର ବିଭିନ୍ନ କୃତୀତ୍ୱ ସଂପର୍କରେ ସେ ଆଲୋକପାତ କରିଥିଲେ ।କ୍ୟାଟ୍ ଫିସ୍ ର ସଫଳ ପ୍ରଜନନ, ବିଭିନ୍ନ ଜୀନ୍ଏଡିଟିଂ ଟେକ୍ନୋଲୋଜିରେ ସଫଳତା, ଅଟୋମେଟିକ୍ ଫିସ୍ ଫିଡର୍, ଆରଏଏସ୍, ରଂଗୀନ ମାଛ ପୋଖରୀ, ଆଂଚଳିକ ଭାଷାରେ ମତ୍ସ୍ୟସେତୁ ଆପ୍, ଇଂରାଜୀଏବଂ ୧୧ଟି ଆଂଚଳିକ ଭାଷାରେ ସିଫାର ୱେବ୍ ପୋର୍ଟାଲ ପ୍ରସ୍ତୁତି କରାଯାଇ ଜନସାଧାରଣଙ୍କୁ ମତ୍ସ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଉଛି ବୋଲି ଡଃ ସାହୁ କହିଥିଲେ ।ତତ୍ ସହିତ ସେ କହିଥିଲେ ଯେ ବର୍ତମାନ ସୁଦ୍ଧା ୧୨ଗୋଟି ବୈଷୟିକ/ଉତ୍ପାଦନ/ମେଥୋଡୋଲୋଜି ରେ ସିଫା ଆଇସିଏଆର୍ ଠାରୁ ପ୍ରମାଣପତ୍ର ପାଇପାରିଛି ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗବେଷଣା ପ୍ରତିଷ୍ଠାନ ସହିତ ୧୩ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଏବଂ ୩ଟି ପ୍ୟାଟେଂଟ ହାସଲ କରିଛି ।ଅତିଥିମାନେ ସିଫା ଦ୍ୱାରା ପ୍ରକାଶିତ୯ଟି ପତ୍ରିକାର ଉନ୍ମାଚନ କରିଥିଲେ ।ଏହି ପରିପ୍ରେକ୍ଷୀରେ ଶ୍ରୀମତୀ ଏସ୍. ସୁଶିଲାମାସ୍ମୃତି ପୁରସ୍କାର, ଡଃ ଗିରିଶ ଚନ୍ଦ୍ର ଚୌଧୁରୀ ସ୍ମୃତି ପୁରସ୍କାର, ଡଃଟି. ଋାମପ୍ରଭୁସ୍ମୃତି ପୁରସ୍କାର, ଡଃ ବି. ଆର୍. ମହାନ୍ତି ସ୍ମୃତି ପୁରସ୍କାର ର ବିଜେତାଙ୍କୁ ସମ୍ମାନୀତ କରାଯାଇଥିଲା ।ଭୁବନେଶ୍ୱର ଓ ଆଖପାଖରେ ଥିବା ଆଇସିଏଆର୍ ସଂସ୍ଥା ଯଥାଏନଆରଆରଆଇ ଓସିୱାର ନିର୍ଦ୍ଧେଶକ ଏବଂ ଏନଏଫଡିବିର ପ୍ରତିନିଧିମାନେ ଯୋଗଦାନ କରିଥିଲେ ।ଏହି ଉତ୍ସବରେ ସିଫାର ଅବସରପ୍ରାପ୍ତ କର୍ମଚାରୀମାନେ ମଧ୍ୟ ଯୋଗଦାନ କରିଥିଲେ ।ଏହି ଅବସରରେ ମତ୍ସ୍ୟ ଅନୁବଂଶୀୟ ବିଭାଗୀୟ ମୁଖ୍ୟ ଡଃ ଜେ. କେ. ସୁନ୍ଦରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *