ଯାଜପୁର, ୧୬/୧୨/୨୦୨୩ (ଓଡ଼ିଶା ସମାଚାର)-ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାଲପଡା ପଞ୍ଚାୟତ କାକୁଡିକୁଦ ଗ୍ରାମର ନୀଳକଣ୍ଠପୁର ସତ୍ୟସାଇ ଖେଳ ପଡିଆରେ ଚାଲିଥିବା ୪୦ତମ ସର୍ବଭାରତୀୟ ସତ୍ୟସାଇ କ୍ରିକେଟ ପ୍ରତିଯୋଗିତା ଶୁକ୍ରବାର ଦିନ ଯାଜପୁର ଟାଉନ ଦ୍ଵିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଦ୍ଵିତୀୟ ସେମିଫାଇନାଲ ଖେଳରେ ଯାଜପୁର ଟାଉନ କ୍ରିକେଟ ଟିମ ପ୍ରଥମେ ବ୍ୟାଟିଂ କରି ୨୫ ଓଭରରେ ୯ ଉଇକେଟ୍ ହରାଇ ୧୯୨ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ସତ୍ୟରଞ୍ଜନ ସାମଲ ୭୨ ବଲରେ ୮୪ ରନ କରିଥିଲେ। ବିପକ୍ଷ ଦଳର ବୋଲର ମିଟୁ ମଲିକ ନେଇଥିଲେ । ଗତ କାଲି ଖେଳରେ ମୁଖ୍ୟଅତିଥି ଭାବେ ବରୀ ଅଞ୍ଚଳର ଯୁବ ସମାଜସେବୀ ଅଶୋକ କୁମାର ବେହେରା ଯୋଗଦେଇ ବିଜୟୀ ଦଳର ସତ୍ୟରଞ୍ଜନ ସାମଲଙ୍କୁ ଶ୍ରେଷ୍ଠ ଖେଳାଳି ଭାବରେ ପୁରସ୍କାର ପ୍ରଦାନ କରିଥିଲେ। ଏହି ଖେଳକୁ ଶରତ ଚନ୍ଦ୍ର ଜେନା ଓ ଉତ୍କଳ ଜେନା ପରିଚାଳନା କରିଥିଲେ। ଅରୁଣ ପତି, ଶ୍ରଦ୍ଧାସୁମନ ସାହୁ ଭାଷ୍ୟକାର ଓ ବବିନାରାୟଣ ସେଠୀ, ରୋସନ ସାହୁ ଓ ଚିନ୍ମୟ ଦଳାଇ ସ୍କୋରର ଭାବେ ସହଯୋଗ କରିଥିଲେ । ରଂଜିତ ନାୟକ, ହେମନ୍ତ ସାହୁ, ବଳରାମ ସାହୁ, ସୁନିଲ ଜେନା,ମାଧବାନନ୍ଦ ଜେନା ପ୍ରମୁଖ ସହଯୋଗ କରିଥିଲେ । ଅଶୋକ ଙ୍କ ଉପସ୍ଥିତି ସମସ୍ତ କ୍ରୀଡାବିତ୍ ଓ କ୍ରୀଡା ପ୍ରେମୀ ଗ୍ରାମବାସୀଙ୍କୁ ଉତ୍ସାହ ଦେଇଥିବା ଜଣାପଡିଛି ।
୪୦ତମ ସର୍ବଭାରତୀୟ ସତ୍ୟସାଇ କ୍ରିକେଟ ପ୍ରତିଯୋଗିତା; ଦ୍ଵିତୀୟ ସେମିଫାଇନାଲ ଖେଳରେ ଯାଜପୁର ଟାଉନ କ୍ରିକେଟ ଟିମ ର ଫାଇନାଲରେ ପ୍ରବେଶ
