କଟକ ସଦର , ୧୬/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ତହସିଲ ଅନ୍ତର୍ଗତ ଚିନ୍ତାମଣି ବିଦ୍ୟାପୀଠ ନିକଟରେ ଥିବା ଗୋଚର ଜମିକୁ ନେଇ ବିବାଦ ଲାଗିରହିଥିବା ବେଳେ ଏବେ ଏଠାରେ ବେଆଇନ ନିର୍ମାଣ ପାଇଁ ଉଦ୍ୟମକୁ କିଶନନଗର ତହସିଲ ପକ୍ଷରୁ ଆଜି ଶନିବାର ଦିନ ପ୍ରତିହତ କରାଯାଇଥିବା ଜଣାପଡିଛି।
ଉକ୍ତ ଗୋଚର ଜମିର ଚତୁଃପାର୍ଶ୍ଵରେ ବାଉଁଶ ବାଡ଼ରେ ଵାଡଵନ୍ଦୀ କିଏ କାହିଁକି କେଉଁ ସ୍ୱାର୍ଥରେ କରିଛି ତାକୁ ନେଇ ଗୋ ପାଳକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ଵେଳେ ଏ ସମ୍ପର୍କରେ ତହସିଲଦାର ସଠିକ ଉତ୍ତର ଦେଇପାରୁ ନଥିବା ଅଭିଯୋଗ ହୋଇଛି। ସେଥିରେ ଆଜି ଜମିର ପ୍ରଵେଶ ପଥରେ ଅଜାୟ ଜବରଦସ୍ତ ବେଆଇନ ନିର୍ମାଣ ପାଇଁ ନିଅଁ ଖୋଳା ଯାଉଥିଲା ବେଳେ ଖଵର ପାଇ ତହସିଲଦାର ଏହାକୁ ବନ୍ଦ କରିଥିବା ଜଣାପଡିଛି। ଆଗାମୀ ଦିନରେ ଏଠାରେ କୈ। ଣସି ପ୍ରକାର ବେଆଇନ ନିର୍ମାଣକୁ ଦୃଢ଼ ହସ୍ତରେ ଦମନ କରାଯିଵ ଵୋଲି ତହସିଲଦାର ମଧୁସୂଦନ ନାୟକ କହିଛନ୍ତି।
ଗୋଚର ଜମିରେ ବେଆଇନ ନିର୍ମାଣ ଉଦ୍ୟମକୁ ବନ୍ଦ କଲା କିଶନନଗର ତହସିଲ ପ୍ରଶାସନ
