୨୬ତମ ଜଗତସିଂହପୁର ପୁସ୍ତକ ମେଳା – ୨୦୨୫ ଉଦଘାଟିତ

ଜଗତସିଂହପୁର,୧୫/୦୧/୨୦୨୫ (ଓଡ଼ିଶା ସମାଚାର)-ଆଜି ସଂଧ୍ୟା ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ ଠାରେ ୨୬ତମ ଜଗତସିଂହପୁର ପୁସ୍ତକ ମେଳା କୁ ମୁଖ୍ୟ ଅତିଥି କେନ୍ଦ୍ର ସାହିତ୍ୟି ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ପ୍ରଫେସର ଡ଼ ବୈଷ୍ଣବ ଚରଣ ସାମଲ  ପୁସ୍ତକ ମେଳା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଡ. ବୈଷ୍ଣବ ଚରଣ ସାମଲ କହିଲେ ପୁସ୍ତକ ହେଉଛି ଜ୍ଞାନର ଭଣ୍ଡାର। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ମହୋତ୍ସବ ଓ ପୁସ୍ତକ ମେଳା ଆୟୋଜିତ ହେଉଅଛି।ପୁସ୍ତକ ମେଳା ଶାନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଭାଇଚାରା ବଢାଏ। ଚରିତ୍ର ଗଠନ ରେ ସହାୟକ ହୋଇଥାଏ। ସାହିତ୍ୟ, ଲେଖକ, କବି ଓ କଳାକାର ହେଉଛନ୍ତି ଜଣେ ଜଣେ ମିନି ଈଶ୍ୱର ସଦୃଶ୍ୟ। ଜଗତସିଂହପୁର ଜିଲ୍ଲା ସାକ୍ଷରତା, ବିଜ୍ଞାନ ଓ ସ୍ଵାଧୀନତା ସଂଗ୍ରାମରେ ୧ ନଂ ଜିଲ୍ଲା। ଏହା ହେଉଛି ଐତିହ୍ୟ,ସସ୍କୃତି ଓ ବିଶିଷ୍ଟ ପରମ୍ପରା ପୁସ୍ତକମେଳାରେ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ମାନ୍ୟବର ସାଂସଦ, ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ କହିଲେ ଶିକ୍ଷା ସଚେତନତା  କ୍ଷେତ୍ରରେ ଜଗତସିଂହପୁର ଏକ ଅଗ୍ରଣୀ ଜିଲ୍ଲା। ।ଏହି ଉତ୍ସବରେ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ମାନ୍ୟବର ବିଧାୟକ,ଜଗତସିଂହପୁର ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ କହିଲେ  ଯେ ଐତିହ୍ୟ ଓ ଇତିହାସ ର ପୃଷ୍ଠ ଭୂମି ଜଗତସିଂହପୁର ଜିଲ୍ଲା। ବାଣୀକ୍ଷେତ୍ର ଏହି ଜିଲ୍ଲା ରେ ପୁସ୍ତକ ହିଁ ସେହି ମାଧ୍ୟମ ଯାହା ଇତିହାସରେ ସମୃଦ୍ଧ କରିଛି ଜିଲ୍ଲାକୁ। ପୁସ୍ତକ ହିଁ ମନୁଷ୍ୟ କୁ ଜ୍ଞାନ ପ୍ରଦାନ କରେ ଓ ଜ୍ଞାନ ଆମ ର ଅଗ୍ରଗତି କରାଇଥାଏ।ଏହି ଉତ୍ସବରେ ସମ୍ମାନୀତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ ଯୋଗ ଦେଇ  ପୁସ୍ତକମେଳା ପାଠକ ପାଠିକା ମାନଙ୍କୁ ଅନେକ ସୁଯୋଗ ଆଣିଦେବ। ପୁସ୍ତକ ମେଳା କେବଳ ପୁସ୍ତକ ବିକ୍ରୀ ନୁହେଁ ବରଂ ଏହା ଏକ ସାଂସ୍କୃତିକ ପରିସର।ଅନ୍ୟ ସମୟରେ ଏହି ସୁଯୋଗ ମିଳେ ନାହିଁ। ଜିଲ୍ଲା ର ସବୁ ଅଞ୍ଚଳରୁ ପାଠିକା ମାନେ ଏହି ପୁସ୍ତକ ମେଳାରେ ଯୋଗ ଦିଅନ୍ତୁ ବୋଲି କହିଥିଲେ। ଏହି ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ଜଗତସିଂହପୁର ସାଂସ୍କୃତିକ ପରିଷଦ ଶ୍ରୀ ଜେ. ସୋନାଲ କହିଲେ ପୁସ୍ତକ ପଠନ ଚରିତ୍ର ଗଠନରେ ସହାୟକ ହୋଇଥାଏ।ଏହି ପୁସ୍ତକ ମେଳାକୁ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ଯେଉଁ ପିଲା ମାନେ ଛୋଟ ବେଳୁ ପୁସ୍ତକ ପ୍ରତି ଆକର୍ଷିତ ହୁଅନ୍ତି ସେମାନେ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରନ୍ତି। କେବଳ ନିଜ କ୍ୟାରିୟର ପ୍ରତି ଦୃଷ୍ଟି ନ ଦେଇ ସର୍ବାଙ୍ଗୀନ ଉନ୍ନତି ପାଇଁ ଉଦ୍ୟମ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଏହି ଉତ୍ସବରେ ଯୋଗ ଦେଇ ଅଧ୍ୟକ୍ଷା, ଜଗତସିଂହପୁର ପୌର ପରିଷଦ ଶ୍ରୀମତୀ ଅର୍ଚ୍ଚନା ସିଂହ କହିଲେ  ଯେ ପୁସ୍ତକ ହେଉଛି ମଣିଷ ର ଏକମାତ୍ର ବନ୍ଧୁ ଯାହା ସର ଜୀବନ ଆମକୁ ଉପାଦେୟ ଶିକ୍ଷା ଦେଇଥାଏ। ଏଥର ପୁସ୍ତକ ମେଳାରେ ରାଜ୍ୟର ବହୁ ସୁନାମଧନ୍ୟ ପ୍ରକାଶନ ସଂସ୍ଥା,ଓରମାସ୍ ପକ୍ଷରୁ ସ୍ଵଂୟ ସହାୟକ ଗୋଷ୍ଠୀ ଙ୍କ ପକ୍ଷରୁ ଷ୍ଟଲ୍ ସହ ଖାଦ୍ୟ ମେଳା, ମିନା ମଜାର,ମିକିମାଉସ ଷ୍ଟଲ ଆଦି ଶତାଧିକ ଷ୍ଟଲ ଖୋଲାଯାଇଛି।। ପୁସ୍ତକ ମେଳା ସହିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ନବବର୍ଷ ରେ ଏହି ପୁସ୍ତକ ମେଳା ଜିଲ୍ଲାବାସୀ ଙ୍କୁ ଅଧିକ ଉତ୍ସବ ମୁଖର କରିବ। ପ୍ରାରମ୍ଭରେ କାର୍ଯ୍ୟକାରିଣୀ ସଭ୍ୟ  ଶ୍ରୀ ସାରଦା ପ୍ରସାଦ ଦାସ ଯୋଗ ଦେଇ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଆଜିର  ଆସର ବର୍ଷିୟାନ ରାଜନେତା ଡା. ଦାମୋଦର ରାଉତ ଙ୍କ ସ୍ମୃତି ରେ ଉତ୍ସର୍ଗୀକୃତ ହୋଇଥିଲା। ଜିଲ୍ଲାପାଳ ସମସ୍ତ ଅତିଥିଙ୍କୁ ଉତ୍ତରୀୟ ଓ ସ୍ମାରକୀ ପ୍ରଦାନ କରିଥିଲେ। ଏହି ମେଳାରେ  ୨୬ତମ ପୁସ୍ତକମେଳା ରେ ୭୩ ଟି ବହି ଷ୍ଟଲ୍, ଓରମାସ୍ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୩୬ ଟି  ଶିଳ୍ପ ଷ୍ଟଲ୍ ଓ ୨୦ ଟି ଖାଦ୍ୟ ଷ୍ଟଲ୍ ଖୋଲାଯାଇଛି। ଏହି ପୁସ୍ତକ ମେଳାରେ ବିଜ୍ଞାନ, ସାହିତ୍ୟ, ଉପନ୍ୟାସ, ଭ୍ରମଣ କାହାଣୀ, ଜୀବନୀ, ଆତ୍ମ ଜୀବନୀ, ଗ୍ରନ୍ଥାବଳୀ, କ୍ଷୁଦ୍ର ଗଳ୍ପ, କବିତା, କାବ୍ୟ ବିଭାଗର ପୁସ୍ତକ ମିଳୁଛି। ଏହି ପୁସ୍ତକ ମେଳା ଜାନୁୟାରୀ ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଚାଲିବ। ବିଭିନ୍ନ ଦିବସରେ କୁଇଜ୍ ପ୍ରତିଯୋଗିତା, କବିତା ପାଠୋତ୍ସବ, ଗୀତ, ନୃତ୍ୟ ଆଦି ପରିବେଷଣ ହେବ। ପ୍ରାରମ୍ଭରେ ଅତିଥିମାନେ ସାରଳା ଙ୍କ ଜ୍ୟୋତି କୁ ଜିଲ୍ଲାପାଳ, ସମସ୍ତ ପ୍ରଶାସନିକ ଅଧିକାରୀ,ପୌରାଧ୍ୟକ୍ଷା  ଓ ସାଂସ୍କୃତିକ ପରିଷଦର କର୍ମକର୍ତ୍ତାରେ ଶୋଭାଯାତ୍ରାରେ ଆଣି ପୁସ୍ତକମେଳା ପରିସରରେ ସ୍ଥାପନ କରିଥିଲେ।।ଏହି ପୁସ୍ତକ ମେଳା ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ,କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଉପାଧ୍ୟକ୍ଷ ବିଜୟ କୁମାର ରାଉତ, ଉପାଧ୍ୟକ୍ଷ ଗଣେଶ୍ୱର ମାଣିଆ,ଯୁଗ୍ମ ସଂପାଦକ ଡ଼ ସୁଧୀର କୁମାର ମହାନ୍ତି, ନରେଶ ଦାସ, କୋଷାଧ୍ୟକ୍ଷ  ପ୍ରଶାନ୍ତ କୁମାର ମହାପାତ୍ର, ଭଗବାନ ଦାଶ,ନଟବର ବାରିକ ଡ଼ ପ୍ରଦୀପ କୁମାର ଶତପଥୀ, ଡ଼ ଅଜୟ କୁମାର ମିଶ୍ର,ମହେନ୍ଦ୍ର କୁମାର ଆଚାର୍ଯ୍ୟ, ଦୋଳ ଗୋବିନ୍ଦ ଦାଶ ,ପ୍ରଭାତ ଦାଶ,ମନୋଜ ଦାଶ, ଅମର ଜ୍ୟୋତି ସାହୁ,ରଶ୍ମୀରଂଜନ ମିଶ୍ର,ସୁବାସ ରାଉତ, ଅତନୁ ସ୍ବାଇଁ,ଭରତ ସାହୁ, ଅମ୍ବିକା ପ୍ରସାଦ ମହାନ୍ତି, ଗୋପାଳକୃଷ୍ଣ ମିଶ୍ର, ହେମନ୍ତ କୁମାର ରଥ,ପ୍ରଦିପ୍ତ ମିତ୍ର, ଡ଼ା କୈଳାସ ମଲ୍ଲିକ, ମନୋଜ ମହାପାତ୍ର, ମାନସ କୁମାର ରଥ,ଅବନୀକାନ୍ତ ମହାରଣା, ଦେବୀ ପ୍ରସାଦ ଚୌଧୁରୀ, କୃଷ୍ଣଚନ୍ଦ୍ର ପ୍ରଧାନ, ଡ଼ ନିରଞ୍ଜନ ବିଶ୍ୱାଳ,ସରୋଜକାନ୍ତ ସାହୁ,ପ୍ରଦିପ୍ତ ଚୌଧୁରୀ, ସୁଦର୍ଶନ ବେହେରା,ସହରର ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକାରୀ କମିଟି ସଦସ୍ୟ ମାନସ କାନୁନଗୋ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *