ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ କନ୍ୟା ଶିବିର ଓ ଜେଜେ ବାପା ,ଜେଜେ ମା ସମ୍ମିଳନୀ

ଭୁବନ ୨୧/୧୧/୨୦୨୪ (ଓଡ଼ିଶା ସମାଚାର)-ଭୁବନ ସହର ଉପକଣ୍ଠସ୍ଥ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଚଳିତ ବର୍ଷର କନ୍ୟା ଶିବିର,ଜେଜେ ବାପା, ଜେଜେ ମା ଓ ଅଜା ଆଈ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଅନୁଷ୍ଠିତ କନ୍ୟା ଶିବିର ରେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ରାଧାରାଣୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ଭଉଣୀ ମାନଙ୍କୁ ”  କନ୍ୟା ଜୀବନର ସାର୍ଥକତା ” ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । ଏଥିରେ ପଞ୍ଚମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫୧ ଜଣ ଶିଶୁ ଭଉଣୀ ଯୋଗଦେଇ ନୃତ୍ୟ,ସଙ୍ଗୀତ,ସିଲେଇ କଳା,ଝୋଟି,ମୁରୁଜ ଇତ୍ୟାଦି ପାରମ୍ପରିକ କାର୍ଯ୍ୟକୁ ଶିକ୍ଷଣ କରିବା ସହ ଶାରୀରିକ ସୁସ୍ଥତା ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିଲେ। ଅପରାହ୍ନ ରେ ଅନୁଷ୍ଠିତ ଜେଜେ ବାପା,ଜେଜେ ମା ଓ ଅଜା, ଆଈ ସମ୍ମିଳନୀରେ ଅବସର ପ୍ରାପ୍ତ ଅଧ୍ୟାପକ ସନାତନ ସାହୁ ମୁଖ୍ୟ ଅତିଥି,ଶିକ୍ଷାବିତ୍ ତୁଷାରକାନ୍ତି ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ” ଶିଶୁଙ୍କୁ ସୁ ନାଗରିକ  ଭାବେ ଗଠନ କରିବା ଦିଗରେ ଜେଜେ ବାପା,ଜେଜେ ମା ଙ୍କ ଭୂମିକା” ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରୁଦ୍ର ମୋହନ ହୋତା ସ୍ଵାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଜଗବନ୍ଧୁ ବିହାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଢେଙ୍କାନାଳ ଜିଲ୍ଲା ପ୍ରମୁଖ ନିର୍ମଳ କୁମାର ସେନାପତି ଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ସମସ୍ତ ଗୁରୁଜୀ,ଗୁରୁମା ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *