ଭୁବନେଶ୍ୱର, ୧୫/୧୨/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଲା ପରେ ଆଇପିଏସ୍ ବି ରାଧିକାଙ୍କୁ ନୂଆ ଦାୟିତ୍ବ ମିଳିଛି। ୧୯୮୯ ବ୍ୟାଚ୍ର ପୁଲିସ ଅଧିକାରୀ ବି ରାଧିକାଙ୍କୁ ପୁଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଏଥି ସହିତ ସେ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସ୍ଏଫ୍ଏସ୍ଏଲ୍)ର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ସେହପରି ୨୦୦୧ ବ୍ୟାଚ୍ ର ଆଇପିଏସ୍ ତଥା ଆଇଜି ଶାଇନି ଏସ୍ ଙ୍କୁ ସିଏଡବ୍ଲ୍ୟୁଆଣ୍ଡିସିଡବ୍ଲ୍ୟୁରେ ଆଇଜି ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ୨୦୦୪ ବ୍ୟାଚ୍ ର ଆଇପିଏସ୍ ତଥା ଆଇଜି ଆଶିଷ ସିଂଙ୍କୁ ଓପିଏଚ୍ଡବ୍ଲ୍ୟସିରେ ସିଇଓ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି।
ଆଇପିଏସ୍ ସ୍ତରରେ ଅଦଳବଦଳ
