ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ଜଣେ ଗୁରୁତର

ଜୁନାଗଡ଼, ୨୪/୦୫/୨୦୨୪ (ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ ସହର ଲକ୍ଷ୍ମୀସାଗର ପଡ଼ାର ଅବସରପ୍ରାପ୍ତ ଶିକ୍ଷକ ସୌମିତ୍ରୀ ମୁଣ୍ଡ  ପଟ୍ଟଯୋଶୀ ପେଟ୍ରୋଲପମ୍ପରୁ ଫେରୁଥିବା ବେଳେ ଅପରପଟୁ ବାରବେସାଲ ଗ୍ରାମର ବାଦଲ ନାଏକ ଓ ତାଙ୍କ ସାଙ୍ଗ ଆସୁଥିଲେ । ଶ୍ରୀମନ୍ଦିର କପଡା ଦୋକାନ ସମ୍ନାରେ ଦୁଇବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଉଭୟଙ୍କୁ ଜୁନାଗଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ସୌମିତ୍ରୀ ମୁଣ୍ଡଙ୍କ ମୃତ୍ୟୁ ହୋଇଥିଲା ।  ବାଦଲଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ରୁ ତାଙ୍କୁ ପ୍ରଥମେ ଭବାନୀପାଟଣା ମୂଖ୍ୟ ଡାକ୍ତରଖାନା ଓ ପରେ ରାୟପୁରକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ପକ୍ଷରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ପୁଲିସ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *