ଭୁବନ ୨୬/୧୧/୨୦୨୪ (ଓଡ଼ିଶା ସମାଚାର)-ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେଡ ରିବନ୍ କ୍ଲବ ଓ ୟୁଥ୍ ରେଡକ୍ରସ ୟୁନିଟ ତରଫରୁ ଏଡସ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ଅଧ୍ୟକ୍ଷ ଅଜିତ କୁମାର ବେହେରା ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅଧ୍ୟାପକ ପ୍ରଭାତ କୁମାର ଜେନା ଙ୍କ ସଂଯୋଜନାରେ ଆୟୋଜିତ ଏଡସ ସଚେତନତା ନିମନ୍ତେ ପ୍ରବନ୍ଧ,ବକ୍ତୃତା,ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୧୦୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୂୟାଁ,ପାର୍ଥ ସ୍ୱାଇଁ,ସଞ୍ଜୟ ସାହୁ,ସୁବାସ ଚନ୍ଦ୍ର ପତି,ତପନ ସାହୁ,ଦୁର୍ଯ୍ୟୋଧନ ଜେନା,ଦୀପକ ପ୍ରଧାନ,ଅଧ୍ୟାପିକା ସଂଘମିତ୍ରା ମିଶ୍ର,ଅନ୍ନପୂର୍ଣ୍ଣା ବେହେରା, ଦୀପାରାଣୀ ସାମଲ ପ୍ରମୁଖ ଯୋଗଦେଇ ମହାମାରୀ ଏଡସ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା ଙ୍କ ସମେତ ସୌମ୍ୟ ରଞ୍ଜନ ଧୀର,ପ୍ରଣବ ପରିଡ଼ା,ଶୁଭେନ୍ଦୁ ମହାପାତ୍ର ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।