ଭୁବନେଶ୍ୱର,୧୦/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ସରକାର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଯୋଗାଣ ଓ ଶକ୍ତି ବିଭାଗର ପ୍ରମୁଖ ସଚିବଙ୍କୁ ବଦଳି କରାଯାଇଛି। ଶକ୍ତି ବିଭାଗ ପ୍ରମୁଖ ସଚିବ ପଦରୁ ହେମନ୍ତ ଶର୍ମାଙ୍କ ବଦଳି ହୋଇଛି। ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଖାଦ୍ୟ ଯୋଗାଣ ପ୍ରମୁଖ ସଚିବ ପଦରୁ ବୀର ବିକ୍ରମ ଯାଦବଙ୍କୁ ବଦଳି କରାଯାଇଛି। ପ୍ରମୁଖ ସଚିବ ସଞ୍ଜୟ ସିଂହଙ୍କୁ ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ସଚିବ ଦେଓରଞ୍ଜନ ସିଂହଙ୍କୁ ଏସଆରସି ଦାୟିତ୍ବ ସହ ଓଏଫଡିସି ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। କ୍ରୀଡ଼ା ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଓପିଟିସିଏଲ ସିଏମଡି ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଗିରିଶ ଏସଏନଙ୍କୁ ପଞ୍ଚାୟତିରାଜ ଦାୟିତ୍ବ ମିଳିଛି। ଗୃହ ସଚିବ ଗୁହା ପୁନମ ତାପସ କୁମାରଙ୍କୁ ବୟନ ହସ୍ତତନ୍ତ ବିଭାଗ ଦାୟିତ୍ୱ ମିଳିଛି। ଏଥିସହ ତାଙ୍କୁ ଅବକାରୀ କମିଶନର-ସଚିବ ଦାୟିତ୍ବ ଦିଆଯାଇଥିବା ସୂଚନା ଦିଆଯାଇଛି।