ଜୁନାଗଡ଼,୧୫/୦୪/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼. ଭୀମରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ମହା ଆଡମ୍ବରରେ ପାଳିତ ହୋଇଛି । ଜୁନାଗଡ଼ ସହର ନୀଳ ରଙ୍ଗରେ ରଙ୍ଗୀନ ହେବା ସହିତ ଜୟ ଭୀମ ନାରାରେ ପ୍ରକମ୍ପିତ ହୋଇଥିଲା ।
ଜୁନାଗଡ଼ ବହୁଜନ ସଂଗ୍ରାମ ସମିତିର ନେତୃତ୍ୱରେ ହେଉଥିବା ଏହି କାର୍ଯ୍ୟକ୍ରମରେ ହିଁଜିଲିବାହାଲି ରୁ ଏକ ବିରାଟ ସଂସ୍କୃତିକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ନୂଆବସଷ୍ଟାଣ୍ଡ ସ୍ଥିତ ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ । ପରେ ସେଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକେ ଯୋଗଦେଇଥିଲେ ।
ବହୁଜନ ସଂଗ୍ରାମ ସମିତି ଅଧ୍ୟକ୍ଷ ରଞ୍ଜନ ଜାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ଦୁର୍ଗା ପ୍ରସାଦ ନାଏକ, ହିମାଂଶୁ ଶେଖର ବରାଡ଼, ଜୁନାଗଡ଼ ସାମ୍ବାଦିକ ସଂଘ ର ସଭାପତି ଖଗେଶ୍ବର ଧଙ୍ଗଡାମାଝୀ, ପୂର୍ବ ଏନଏସି ଅଧକ୍ଷ୍ୟା କନ୍ଧପାନ ,କାଉନସିଲର ହିମାଦ୍ରୀ ସିନ୍ଦୁର, ବିଜେପି ର କାଲେନ୍ଦୀ ପାଣିଗ୍ରାହୀ ପ୍ରମୁଖ ଉଦବୋଧନ ଦେଇଥିଲେ । ବହୁଜନ ସଂଗ୍ରାମ ସମିତିର ଉପଦେଷ୍ଟା ନରେନ୍ଦ୍ର କ୍ଷୀତି ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁଜନ ସଂଗ୍ରାମ ସମିତିର ଶତାଧିକ ଭୀମସେନା ଉପସ୍ଥିତ ଥିଲେ ।