କଟକ ସଦର , ୦୮/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚାଷୀମାନଙ୍କ ର ଉତ୍ପାଦିତ ଦ୍ରବ୍ୟକୁ ସଂରକ୍ଷିତ ରଖିବାକୁ ଆବଶ୍ୟକତା ଦୃଷ୍ଟିରୁ କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଏକମାତ୍ର ସରକାରଙ୍କ ସ୍ଵୀକୃତିପ୍ରାପ୍ତ ମଣ୍ଟେସୋରୀ ଆଗ୍ରୋଟେକ୍ ଶୀତଳ ଭଣ୍ଡାର ଟି ପ୍ରତିଷ୍ଠା ହେବାର ୫ ବର୍ଷ ପରେ ମଧ୍ୟ ଉଧେଇ ପାରୁନଥିବା ଅଭିଯୋଗ ହେଉଛି। ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତ୍ତି ଓ ପ୍ରୋତ୍ସାହନ ଅଭାବରୁ ଶୀତଳ ଭଣ୍ଡାର ଟି ଆରମ୍ଭରୁ କ୍ଷତିରେ ଚାଲୁଛି। ସରକାରଙ୍କ ଚାଷୀ ମାରଣ ନୀତି ପାଇଁ ଉକ୍ତ ଅଞ୍ଚଳରୁ ଆଳୁ ଚାଷ ଆସ୍ତେ ଆସ୍ତେ ଲୋପ ପାଇବାକୁ ବସିଥିବା ବେଳେ ଉତ୍ପାଦନ କମିବାରେ ଲାଗିଛି। ଯେଉଁଥିପାଇଁ ୫ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଉକ୍ତ ଶୀତଳ ଭଣ୍ଡାର ଟି ବର୍ଷସାରା ଖାଲି ରହୁଥିବା ଜଣାପଡିଛି। ଅନ୍ୟପଟେ ବିଦ୍ୟୁତ୍ ବିଲ୍ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି।କୃଷି ଓ କୃଷକର ବିକାଶ ପାଇଁ ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାବେଳେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ବିଶ୍ୱାଳପଡା ବାସଭବନ ସମ୍ମୁଖରେ ଥିବା ନିର୍ବାଚନ ମଣ୍ଡଳୀର ଏକମାତ୍ର ଶୀତଳ ଭଣ୍ଡାର ପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି। ନହେଲେ ଆଗାମୀ ଦିନରେ ୪୨ ମୈ।ଜା ଶୀତଳ ଭଣ୍ଡାର ଅଵସ୍ଥା ଏଠାରେ ଘଟିବା ସମ୍ଭାବନା କୁ ଏଡାଇ ଦେଇ ହେବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି।