ପର ଘରେ ମୁଣ୍ଡ ଗୁଂଜି  କର୍ମକୁ ଆଦରି ପଡ଼ିଛନ୍ତି କୁମୁଦିନୀ 

ଗରଦପୁର,୦୮/୧୧/୨୦୨୪ (ଓଡ଼ିଶା ସମାଚାର)- ବର୍ଷା ଓ ବାତ୍ୟା ଦାନାର ପ୍ରଭାବରେ ଚାଳଘର ଖଣ୍ଡିକ ଭାଙ୍ଗି ଯାଇଛି । ଏବେ ମୁଣ୍ଡ ଗୁଂଜିବା କୁମୁଦିନୀଙ୍କ ପାଇଁ କାଠିକର ପାଟ ହୋଇଛି । ଏମିତି ବି ତାଙ୍କ ବୈଧବ୍ୟ ଯନ୍ତ୍ରଣା ଠାରୁ ଏହା ଆହୁରୀ ବଳି ପଡ଼ିଛି । ଏଭଳି ସ୍ଥିତିରେ କର୍ମକୁ ଆଦରି ଗରଦପୁର ବ୍ଲକ୍ ଗରଦପୁର ଗ୍ରାମର କୁମୁଦିନୀ ପଡ଼ି ରହିଛନ୍ତି । କୁମୁଦିନୀ ମହାରଣାଙ୍କ ବୟସ ୫୫ ବର୍ଷ । ହେଲେ ସୁଖ ସହିଲାନି ଦଇବ । ଦଇବ ଦାଉ ସାଧି ନିଜର ରୋଜଗାରିଆ ସ୍ୱାମୀ ନଟବରକୁ କିଡ଼ିନୀ ରୋଗ ହେବା ଦ୍ୱାରା ସେ ଆଖି ବୁଜି ଦେଲେ । କୋଳରେ ଚାରି ଚାରିଟି ଝିଅ । ଯେତିକି ରାସନ ଚାଉଳ ମିଳୁଛି, ସେଥିରେ ବି ଅଧା ଦିନ ଚୁଲି ଅଜଳା । କଷ୍ଟେ ମଷ୍ଟେ ଦୁଇ ବଡ଼ ଝିଅଙ୍କ ବିବାହ ହୋଇ ଯାଇଥିବାବେଳେ ସାନ ମଝିଆଁ ଝିଅ ଏକ କମ୍ପାନୀରେ କାମ କରି ପେଟ ପୋଷୁଛି । ଏବେ ଘରେ ସାନ ଝିଅ ଓ କୁମୁଦିନୀ ରହୁଥିବାବେଳେ ବିଧବା ଭତା ୧୨୦୦ ଟଙ୍କା ହିଁ ସମ୍ବଳ ହୋଇଛି । ଏଥିରେ ବଖରାଏ କୋଠାଘର କରିବା ସମ୍ଭବ ହେଉନାହିଁ । ତେବେ ଆବାସ ଖଣ୍ଡେÿ ପାଇବା ପାଇଁ କୁମୁଦିନୀ ଜିଲାପାଳଙ୍କ ଠାରୁ ବିଡ଼ିଓ ଓ ବିଡ଼ିଓ ଙ୍କ ଠାରୁ ସରପଂଚ ଙ୍କ ପର୍ଯ୍ୟନ୍ତ ଦଉଡ଼ି ଦଉଡ଼ି ନୟାନ୍ତ ହେଲାଣି ସିନା ଆବାସ ଖଣ୍ଡେÿ ସାତ ସପନ ପାଲଟିଛି । ଯେଉଁ ଭଙ୍ଗା ଚାଳ ଘରଟି ଥିଲା, ତାହା ବର୍ଷା ଓ ବାତ୍ୟା ଦାନା ପ୍ରଭାବରେ ଭାଙ୍ଗି ଯାଇଛି । ବହୁ ନେହୁରା ହେବା ପରେ ତହସିଲ ପକ୍ଷରୁ କଳା ପାଲଟିଏ ମିଳିଥିଲା । ହେଲେ ଘର ଭାଙ୍ଗିପଡ଼ିଥିବା ହେତୁ କୁମୁଦିନୀ ନିଜର ସାନ ଝିଅକୁ ଧରି ପର ଘରେ ମୁଣ୍ଡ ଗୁଂଜି ଆଶ୍ରୟ ନେଇଛନ୍ତି । ତେବେ କୁମୁଦିନୀ କୁ ଆବାସ ଘର ଖଣ୍ଡେ ମିଳିଗଲେ ହୁଏତ ସେ ଆଉ କିଛି ଦିନ ବଂଚି ରହିଲେ ନିଜର ସାନ ଝିଅ ଭବିଷ୍ୟତକୁ ଗଢ଼ିବାରେ ସହାୟତା ହୋଇ ପାରନ୍ତା ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *