ନଭେମ୍ବର ୨୬ରୁ ବିଧାନସଭା

ଭୁବନେଶ୍ୱର, ୩୧/୧୦/୨୦୨୪ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ସପ୍ତଦଶ ବିଧାନସଭାର ଦ୍ବିତୀୟ ଅଧିବେଶନ ଆସନ୍ତା ନଭେମ୍ବର ମାସ ୨୬ ତାରିଖରୁ ଆରମ୍ଭ ହେବ। ଏହା ନଭେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ  ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର ହୋଇଛି। ଏଥିରେ ମୋଟ୍‌ ୩୦ଟି କାର୍ଯ୍ୟଦିବସ ରହିଛି ।

ଅଧି‌ବେଶନର ପ୍ରଥମ ଦିନରେ ଅର୍ଥାତ୍‌ ନଭେମ୍ବର ୨୬ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଉପସ୍ଥାପିତ ହେବ। ଡିସେମ୍ବର ୫ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ହେବ। ଅଧିବେଶନରେ ମୋଟ୍‌ ୫ଟି ବେସରକାରୀ କାର୍ଯ୍ୟଦିବସ ରହିଛି ।

Leave a Reply

Your email address will not be published. Required fields are marked *