ସାଇ କା ଅଙ୍ଗନ, ଗୁରୁଗ୍ରାମ ଠାରେ  ଶ୍ରୀ ଜଗନ୍ନାଥ ମନ୍ଦିର ଉଦଘାଟନ ମହୋତ୍ସବ କାଲି

ଭୁବନେଶ୍ୱର,୨୨/୦୭/୨୦୨୬ (ଓଡ଼ିଶା ସମାଚାର)-  ଆନ୍ତର୍ଯ୍ୟାତିକ ଖ୍ୟାତି ସମ୍ପନ୍ନ ଆଧ୍ୟାତ୍ମିକ ଚିନ୍ତକ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଜୀଙ୍କ ଦ୍ୱାରା ଆସନ୍ତା କାଲି ଗୁରୁବାର ୨୩ ଜୁଲାଇ ୨୦୨୬ ତାରିଖରେ  ସାଇ କା ଅଙ୍ଗନ, ଗୁରୁଗ୍ରାମ ଠାରେ  ପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କ ପବିତ୍ର ପ୍ରାଣପ୍ରତିଷ୍ଠା ମହା ଉତ୍ସବ ଅନୁଷ୍ଠିତ ହେବାର କାର୍ୟ୍ୟକ୍ରମ ସ୍ଥିର କରାଯାଇ ଆୟୋଜନ କରାଯାଇଛି ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଓଡ଼ିଶାର ରାଜ୍ୟପାଳ ଡଃ ହରି ବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ,ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଆଇନ୍ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ,  ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଉକ୍ତ ମହୋତ୍ସବ ର ସଫଳତା କାମନା କରି ଶୁଭେଛା ବର୍ତା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *