ଜଗତସିଂହପୁର ଜିଲ୍ଲାରେ ବାତ୍ୟା “ଦାନା”

ଜଗତସିଂହପୁର,୨୬/୧୦/୨୦୨୪ (ଓଡ଼ିଶା ସମାଚାର)- ସାମୁଦ୍ରିକ ବାତ୍ୟା’ ଦାନା ‘ପ୍ରଭାବ ରେ  ଜିଲ୍ଲା ରେ ବର୍ଷା ଗତକାଲି ଠାରୁ ଲାଗିରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ  ବାତ୍ୟା ସମ୍ପର୍କିତ ସତର୍କ ସୂଚନା ଦିଆଯାଇଛି। ଜିଲ୍ଲା ଜରୁରୀ ବିଭାଗରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ (୦୬୭୨୪-୨୨୦୩୬୮) ଖୋଲା ଯାଇ ଲୋକ ମାନଙ୍କୁ ସତର୍କ କରଯାଇଛି। ଜିଲ୍ଲା ଜରୁରୀ ବିଭାଗ ରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ରେ ବାତ୍ୟା ଦାନା ର ପ୍ରଭାବ ରେ ସେପରି କୌଣସି କ୍ଷୟ କ୍ଷତି ହୋଇନାହିଁ। ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲା ରେ ବିଭିନ୍ନ ବ୍ଲକ୍ ତଥା ପୌରାଞ୍ଚଳ ରେ ସ୍ଥାନାନ୍ତରିତ ହୋଇଥିବା ୪୧୧୬୭ ଜଣ ବ୍ୟକ୍ତି ଗତକାଲି ନିଜ ନିଜ ଘରକୁ ଫେରିଯାଇଛନ୍ତି। ଜିଲ୍ଲାପାଳ ଲୋକମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ସମସ୍ତ ବ୍ଳକ୍ ତଥା ପୌର ପରିଷଦ ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିବା ସହ ଯେଉଁମାନଙ୍କର କଚ୍ଚା ଘର, କିମ୍ବା ଘରର ଅବସ୍ଥା ଠିକ୍ ନାହିଁ ସେମାନଙ୍କୁ ଆଶ୍ରୟସ୍ଥଳୀରୁ ନଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ।  ତହସିଲଦାର ମାନଙ୍କ ଟିମ୍ ଅଞ୍ଚଳ ପରିଦର୍ଶନ କରି ଆବଶ୍ୟକତା ଥିବା ଲୋକମାନଙ୍କୁ ପଲିଥିନ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ରେ ମୋଟ୍ ୨୪୧.୭୮ କ୍ଵିଣ୍ଟାଲ ଚୁଡ଼ା ଓ ୪୧.୬୬ କ୍ଵିଣ୍ଟାଲ ଗୁଡ଼ ଯୋଗାଇ ଦିଆଯାଇ ଥିବାର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।ପ୍ରକାଶ ଥାଉକି, ଆଜି ପୂର୍ବାହ୍ନ ରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ତଥା କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅରବିନ୍ଦ ପାଢୀ,କୃଷି ବିଭାଗ ନିର୍ଦ୍ଦେଶକ ସମସ୍ତ ବାତ୍ୟା ପ୍ରଭାବିତ ଜିଲ୍ଲା ର ଜିଲ୍ଲାପାଳ ତଥା ଜିଲ୍ଲା କୃଷି ଅଧିକାରୀ ମାନଙ୍କ ସହ ଆଭାସୀ ମାଧ୍ୟମ ରେ ଜିଲ୍ଲା ରେ କୃଷି ର କ୍ଷୟ କ୍ଷତି ସମ୍ପର୍କ ରେ ଆଲୋଚନା କରିଥିଲେ। ଏହି  ପରିପ୍ରେକ୍ଷୀ ରେ ଜିଲ୍ଲା  କୃଷି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲା ରେ ବାତ୍ୟା ଦାନା ର ପ୍ରଭାଵ ରେ କୌଣସି ଚାଷ ଜମି ନଷ୍ଟ ହୋଇନାହିଁ। କୁଜଂଗ ଓ ତିର୍ତ୍ତୋଲ ରେ କିଛି ଚାଷ ଜମିରେ ଜମିଥିବା ପାଣି ଆଜି ଗଡିଯାଇଥିବାର କୃଷି ଅଧିକାରୀ ସୂଚନା ଦେଇଥିଲେ। ସେହିପରି ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ପ୍ରାଣୀ ଚିକିତ୍ସା ବିଭାଗ, ମତ୍ସ୍ୟ ବିଭାଗ ପକ୍ଷରୁ ମଧ୍ୟ ବାତ୍ୟା ଜନିତ କ୍ଷୟକ୍ଷତି ଶୂନ୍ୟ ବୋଲି ସୂଚନା ମିଳିଛି।କୌଣସି ଲୋକ ମୃତାହତ ହୋଇ ନଥିବାବେଳେ ପାରାଦ୍ଵୀପ ପୌରାଞ୍ଚଳ  ଓ କୁଜଙ୍ଗ ରେ କିଛି ସ୍ଥାନରେ  ଭାଙ୍ଗି  ଯାଇଥିବା ଗଛ ଓଡରଫ ଏନଡିଆରଏଫ ଅଗ୍ନିଶମ ବିଭାଗ ଦ୍ବାରା କାଟି ରାସ୍ତା ପରିଷ୍କାର କରଯାଇ ଥିବା ବେଳେ ବାତ୍ୟା ପ୍ରଭାବରେ  ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇ ନ ଥିବା ର ସୂଚନା ମିଳିଛି। ଜରୁରୀ ବିଭାଗ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଗତ କାଲି ସନ୍ଧ୍ୟା ରୁ ଆଜି ଦିନ ୩ ଟା ପର୍ଯ୍ୟନ୍ତ ବାତ୍ୟା ପ୍ରଭାବରେ ଜିଲ୍ଲାରେ ବର୍ଷାର ପରିମାଣ ୨୫୪.୩ ମିମି ରହିଛି। କୁଜଙ୍ଗ ବ୍ଲକ୍ ରେ ସର୍ବାଧିକ ୬୨ ମି.ମି. ବର୍ଷା ହୋଇଥିବା ବେଳେ ସବୁଠୁ କମ୍ ନାଉଗାଁ ବ୍ଲକ୍ ରେ ୮ ମି.ମି., ବର୍ଷା ହୋଇଛି। ଅନ୍ୟ ବ୍ଲକ୍ ଗୁଡ଼ିକ ରେ ଯଥାକ୍ରମେ ବାଲିକୁଦା ୩୫ମି.ମି,ଏରସମା ୩୩ ମି.ମି., ରଘୁନାଥ ପୁର ୩୨ମି.ମି, ତିର୍ତ୍ତୋଲ ୨୫ମି.ମି, ଜଗତସିଂହପୁର ୨୪ମି.ମି, ବିରିଡି ୨୧ମି.ମି. ଏବଂ ପାରାଦ୍ଵୀପ ମ୍ୟୁନିସପାଲିଟି ୧୪.୩ ମି.ମି. ବର୍ଷା ହୋଇଛି।ଜିଲ୍ଲା ର ହାରାହାରି ବର୍ଷା ୨୮.୨୫ ମି.ମି. ରହିଛି।

Leave a Reply

Your email address will not be published. Required fields are marked *