ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ମୁକାବିଲା ପାଇଁ ସଦର ବିଧାୟକଙ୍କ ସମନ୍ୱୟ ସଚେତନତା ବୈଠକ 

କଟକ ସଦର ,୨୩/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସମ୍ଭାବ୍ୟ ବାତ୍ୟା ‘ଦାନା’କୁ କିଭଳି ମୁକାବିଲା ସହ ଜିରୋ କାଜୁଆଲିଟି କରାଯାଇପାରିବ ସେଥିପାଇଁ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ଆଜି ବୁଧବାର ଦିନ କିଶନନଗର ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଏକ ସମନ୍ଵୟ ପ୍ରସ୍ତୁତି ବୈଠକ କରିଥିବା ଜଣାଯାଇଛି। ଏଥିରେ କିଶନନଗର ତହସିଲଦାର କ୍ଷୀରୋଦ କୁମାର ଦାଶ, ସଦର ତହସିଲଦାର ସୁଜୟ କୁମାର ପତି, ନିଶ୍ଚିନ୍ତକୋଇଲି ବିଡିଓ, କିଶନନଗର ଆଇଆଇସି ସୁମନ୍ତ କିସାନ, ନେମାଳ ଥାନା ଆଇଆଇସି, କିଶନନଗର ଡାକ୍ତରଖାନା ଅଧିକାରୀ ଡ଼ଃ ସଞ୍ଜୁ ମାରାଣ୍ଡି ପ୍ରମୁଖ ଯୋଗ ଦେଇ ଲୋକମାନଙ୍କୁ କିଭଳି ବାତ୍ୟା ସମୟରେ ଏଵଂ ବାତ୍ୟା ପରେ ସରକାରୀ ସୁବିଧା ସୁଯୋଗ ସହ ଗୃହପାଳିତ ପଶୁମାନଙ୍କ ପାଇଁ ଵ୍ୟଵସ୍ଥା ଗ୍ରହଣ କରାଯିବ ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏଥି ସହିତ ସଦର ଅଞ୍ଚଳର ବିଜେପି କର୍ମୀମାନେ ଏହି ସମୟରେ ଲୋକମାନଙ୍କ ନିକଟତର ହେବାକୁ ବିଧାୟକ ପରାମର୍ଶ ଦେଇଥିଲେ। ଏଥିରେ ସଦର ବିଡିଓ କିମ୍ଵା ଵ୍ଲକର  କୈ।ଣସି ଅଧିକାରୀ ଯୋଗ ଦେଇ ନଥିବା କୁ ନେଇ ଲୋକମାନେ ହୋହାଲ୍ଲା କରିବା ସହିତ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନଙ୍କ ସହିତ କ୍ଷିତେନ୍ଦ୍ର ମିତ୍ର, ପ୍ରଦୀପ୍ତ ଦାସ, ଅବିନାଶ ଆନନ୍ଦ ମହାନ୍ତି, କାର୍ତ୍ତିକ ସାହୁ, ପ୍ରଭାତ ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *