ସମ୍ଭାବ୍ୟ ବାତ୍ୟା ‘ ଦାନା ‘ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା  ପ୍ରଶାସନର ପ୍ରସ୍ତୁତି ବୈଠକ

ଯାଜପୁର ୨୧/୧୦/୨୦୨୪ (ଓଡ଼ିଶା ସମାଚାର)-ପୂର୍ବ -ମଧ୍ୟ ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ରୁ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସୁଦ୍ଧା ବାତ୍ୟା ର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାହାଫଳରେ ଯାଜପୁର ଜିଲ୍ଲାରେ  ଅତି ପ୍ରବଳ ବର୍ଷା  ସହ ୧୧୦ ରୁ ୧୨୦ କି .ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ୨୪ ତାରିଖ ସକାଳୁ ୨୫ ତାରିଖ ପର୍ଯ୍ୟନ୍ତ ରେଡ ୱାର୍ନିଙ୍ଗ ରହିଛି।ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସ୍ଥିତ ଓସ୍ୱାନ ଭି ସି ହଲ୍ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଭାସୀ ମାଧ୍ୟମରେ ଏକ ଜରୁରୀ କାଳୀନ ପ୍ରସ୍ତୁତି  ବୈଠକ  ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି  ଜିଲ୍ଲାପାଳ  ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ଦାନା  ର ସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାରେ ବିଭିନ୍ନ କାର୍ଯ୍ୟାଳୟ ଗୁଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସଠିକ୍ ଭାବରେ କାର୍ଯ୍ୟକ୍ଷମ କରିବା, ଅତ୍ୟଧିକ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ର ମୁକାବିଲା କରିବା , ଦୁର୍ବିପାକ ସମୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ସୁବନ୍ଦୋବସ୍ତ କରିବା, ନଳକୂପ ଗୁଡ଼ିକର ମରାମତି କରିବା,  ପ୍ରଭାବିତ ଅଞ୍ଚଳରେ ଖାଦ୍ୟ ପଦାର୍ଥ ମହଜୁଦ ରଖିବା, ଶୁଖିଲା ଖାଦ୍ୟ ରଖିବା, ଖାଦ୍ୟ ଯୋଗାଣ ନିମନ୍ତେ ବ୍ୟାପକ ଗାଡି ର ବ୍ୟବସ୍ଥା କରିବା, ଓଡ୍ରାଫ ଟିମ୍,  , ଅଗ୍ନିଶମ ବିଭାଗ କୁ ସତର୍କ ରହିବା,କ୍ଷତିଗ୍ରସ୍ତ ହେବାକୁ ଥିବା ଫସଲ ଆଦିର ଆକଳନ କରିବା, ସ୍ୱାସ୍ଥ୍ୟ, ଗୋଖାଦ୍ୟ ଯୋଗାଣ, ଗାଈ ଗୋରୁ ଆଦିଙ୍କୁ ଉଚ୍ଚ ଜାଗାକୁ ସ୍ଥାନାନ୍ତର କରିବା, ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲା ରେ ଥିବା 26 ଟି ବାତ୍ୟା ଆଶ୍ରୟ ସ୍ଥଳ ତଥା ସରକାରୀ କୋଠାଘର ଓ ବିଦ୍ୟାଳୟ କୁ ଆଶ୍ରୟ ସ୍ଥଳ  ଚି଼ହ୍ନଟ କରି ଆବଶ୍ୟକୀୟ  ସୁବିଧା ବ୍ୟବସ୍ଥା କରିବା, ଜରୁରୀ ପରିସ୍ଥତିରେ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର କରିବା, ବିଶେଷ କରି ଗର୍ଭବତୀ ମହିଳା ମାନଙ୍କୁ ନିରାପଦ ଭାବେ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,  ସ୍ଥାନନ୍ତରିତ କରିବା,  ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଆବଶ୍ୟକୀୟ ଔଷଧ ମହଜୁଦ ରଖିବା, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସାପକାମୁଡା ଔଷଧ ମହଜୁଦ ରଖିବା ଆଦି ବିଷୟରେ ଗୁରୁତ୍ୱାରୋପ କରିଥିଲେ । ବରୀ, ବିଂଝାରପୁର, ଦଶରଥପୁର, ଯାଜପୁର, କୋରେଇ ଓ ବଡ଼ଚଣା ତଥା ସମସ୍ତ  ବ୍ଲକ ରେ ବାତ୍ୟା ଆଶଙ୍କା ଥିବାରୁ ବିଡ଼ିଓ ତହସିଲଦାର ମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ ।ଏତଦବ୍ୟତୀତ ସହରାଞ୍ଚଳ ରେ ପ୍ରବଳ ବର୍ଷା ଯୋଗୁଁ ଟ୍ରାଫିକ ସମସ୍ୟା ର ସମାଧାନ, ଅତ୍ୟାବଶ୍ୟକୀୟ ସେବା ଯଥା ବିଦ୍ୟୁତ୍, ଟେଲିଫୋନ, ଗମନାଗମନ, ସ୍ବାସ୍ଥ୍ୟ, ପାନୀୟ ଜଳ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗ ଗୁଡିକୁ ପରାମର୍ଶ ଦେଇଥିଲେ।ବାତ୍ୟା ଆଶ୍ରୟ ସ୍ଥଳରେ ପାନୀୟଜଳ, ଆସ୍କା ଲାଇଟ, ପରିମଳ ବ୍ୟବସ୍ଥା , ଜେନେରେଟର ସେଟ ସହିତ ଡିଜେଲ ବ୍ୟବସ୍ଥା ସୁନିଶ୍ଚିତ କରାଇବାକୁ ବି ଡି ଓ ମାନଙ୍କୁ ନିର୍ଦେଶ ଦେଇଥିଲେ। ଏଥି ସହିତ ମୋବାଇଲ ହେଲଥ ଓ ଭେଟେରିନାରୀ ଟିମ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଥିଲେ। ପବନ ର ବେଗ କୁ ଦୃଷ୍ଟିରେ ରଖି ଵିଜ୍ଞାପନ ହୋର୍ଡିଙ୍ଗ, ବିଲବୋର୍ଡ ଗୁଡିକୁ କାଢି ଦେବାକୁ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ।ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ ଓ ଶିଶୁ ମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ। ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ‘ଜିରୋ କାଜୁଆଲିଟି ‘ ର ଲକ୍ଷ୍ୟ ସହ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଆସନ୍ତା ୨୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ସତର୍କ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ବାତ୍ୟା ପରେ ବିଦ୍ୟୁତ ପୁନଃରୁଦ୍ଧାର କରିବା, ଭାଙ୍ଗି ଥିବା ବୃକ୍ଷ କାଟିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଆବଶ୍ୟକ ସ୍ଥଳେ କଚା ଘର, ପୁରୁଣା କୋଠାଘର ଓ ତଳିଆ ଅଂଚଳ ରେ ବସବାସ କରୁଥିବା ଲୋକମାନଙ୍କୁ ଆଶ୍ରୟ ସ୍ଥଳ କୁ ସ୍ଥାନାନ୍ତରିତ କରାଯିବ। ପ୍ରତ୍ୟେକ ଆଶ୍ରୟ ସ୍ଥଳରେ ନୋଡାଲ ଅଧିକାରୀ ନିଯୁକ୍ତି କରିବା, ଜନପ୍ରତିନିଧି ଙ୍କୁ ଅନ୍ତର୍ଭୁକ୍ତ କରିବା, ପଲିଥିନ ମହଜୁଦ ରଖିବା ପାଇଁ ବିଡ଼ିଓ ଓ ତହସିଲଦାର ମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ବୈଠକରେ  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମାଲ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ  ଜେନା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ,ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ , ଉପଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ,ଡେପୁଟି କଲେକ୍ଟର, ଜରୁରୀ ବିଭାଗ,, ସମସ୍ତ ବ୍ଳକ ର ବିଡିଓ, ତହସିଲଦାର, ପୌର ନିର୍ବାହୀ ଅଧିକାରୀ ଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *