ସଂଗୀତ ତରଙ୍ଗ ମ୍ୟୁଜିକ କ୍ଲବର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ

ରାଉରକେଲା,୧୦/୧୦/୨୦୨୪ (ଓଡ଼ିଶା ସମାଚାର)- ରାଉରକେଲା ଇସ୍ପାତ ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବ୍” ର ପ୍ରତିଭା ସମ୍ପନ୍ନ କଳାକାରମାନେ ସେକ୍ଟର ୨ ସ୍ଥିତ ମାକ୍ସମୁଲର ଭବନ ଠାରେ  ଆୟୋଜିତ ଏକ ସଙ୍ଗୀତ ସନ୍ଧ୍ୟାରେ ବଲିଉଡ୍ ର ବିଗତ ଦିନର ପ୍ରଖ୍ୟାତ ପ୍ରଛଦପଟ କଣ୍ଠଶିଳ୍ପୀ କିଶୋର କୁମାର ତଥା ଆଶା ଭୋସଲେ ଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ବିଶେଷ ସଙ୍ଗୀତ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆରଏସପି ର ସିଜିଏମ ଶ୍ରୀ ରାଜେନ୍ଦ୍ରନ୍,  ଅନୁଷ୍ଠାନର ଉପଦେଷ୍ଟା ଆରଏସପି ସିଜିଏମ  ଏସ୍. ରାୟ ଚୌଧୁରୀ, ଜି ଏମ୍ ଇନଚାର୍ଯ ଡ଼ଃ ପି କେ ସାହୁ, ଆରଏସପି ଲୋକସମ୍ପର୍କ ଅଧିକାରୀ ଅର୍ଚ୍ଚନା ଶତପଥୀ, ଅନୁଷ୍ଠାନର  ସଭାପତି ତପନ ନାୟକ, ସମ୍ପାଦକ ସନ୍ତୋଷ ଦାସ, ଆୟୋଜନ ସମ୍ପାଦକ ସତ୍ୟବ୍ରତ ମହାନ୍ତି ଓ ଅନ୍ୟାନ୍ୟ  କାର୍ଯ୍ୟନିର୍ବାହୀ ସଭ୍ୟ ସମୁହ ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର କଳାକାର ମାନେ ପୁରୁଣା  ନୂଆ ବିଭିନ୍ନ ସ୍ୱାଦର କିଶୋର୍ ଦା ଓ ଆଶା ଜୀ ଙ୍କ ଗାଇଥିବା ଗୀତ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସନ୍ଧ୍ୟାର ବିଶେଷ ଆକର୍ଷଣ ଥିଲା ଶ୍ରୀ ରାଜେନ୍ଦ୍ରନ୍ ଙ୍କ ମଧୁର ତାମିଲ୍ ଚଳଚ୍ଚିତ୍ର  ଗୀତ । ଏଥିରେ ଅନେକ ଲୋକପ୍ରିୟ ଗୀତ ଯେପରି  କଭି ବେକସି ନେ ମାରା, ମୁସଫିର୍ ହିଁ ୟାରୋ, ରୁକ୍ ଯା ନା ନହିଁ, ୟେ ରାତେଁ ୟେ ମୌସମ୍, ଫିର୍  ୱହି ରାତ୍ ହେ, ନୈନୋ ମେ ସପ୍ନା, ଜାରା ହୋଲେ ହୋଲେ ଚାଲୋ ମୋରେ ସାଜନା, ଓ ମେରେ ଦିଲ୍ କେ ଚେନ୍, ଲେ କର୍ ହମ୍ ଦିୱାନା ଦିଲ୍, ସୁନୋ କହୋ କୁଛ୍ ହୁଆ କ୍ୟା, ଦରୀୟ ମେ ଫେଁକ୍ ଦୁଁ ଚାବି, ଓ ମେରେ ରାଜା, ବନେ ଚାହେ ଦୁଷ୍ମନ୍, ଆଓ ନା ଗଲେ ଲଗାଓ ନା, କିତନେ ଭି ତୁ କର୍ଲେ ସିତମ୍, ତେରେ ଚେହେରେ ମେ ୱ ଯାଦୁ ହେ, ପ୍ୟାର୍ ମେ ଦିଲ୍ ପେ ମାର୍ ଦେ ଗୋଲି, ୱ ସାମ୍ କୁଛ୍ ଅଜିବ୍ ଥି, ମେରି ଭିଗି ଭିଗୀ ସି, ଏକ୍ ମେ ଅର୍ ଏକ୍ ତୁ, ଜିନ୍ଦେଗୀ  କି ୟେହି ରିତ୍ ହେ, ଜାନେମନ୍ ଜାନେମନ୍ ତେରେ  ଦୋ ନୟନ୍, ହାଲ୍ କେସା ହେ ଜାନାବ୍ କା,  ତୁମ୍ ଭି ଚଲୋ, ରେ ଦର୍ଶକ ଝୁମି ଉଠିଥିଲେ । ବଂଶୀ ଓ ସେକ୍ସୋଫୋନର  ଯୁଗ୍ମ ପରିବେଷଣରେ ଜିସ୍ କା ମୂଝେ ଥା ଇନ୍ତଜାର୍, ସେକ୍ସୋଫୋନରେ ଦୋ ଲଫ୍ଜୋ କୀ ହେ ଦିଲ୍ କି କହାନି, ବେନ୍ ଜୋ ରେ କିଶୋର୍  କୁମାର୍  ମେଡ୍ଲି ଗୀତ ର ଧୁନ୍ ପରିବେଷଣ କରି ଶ୍ରୀ ବଲଜିତ୍ ସିଂହ୍, ଡାକ୍ତର ଜୟନ୍ତ ଆଚାର୍ଯ୍ୟ ଓ ଡକ୍ଟର ପ୍ରଫୁଲ୍ଲ ଦାସ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ ।  ସନ୍ଧ୍ୟାର  କଳାକାର ମାନେ ଥିଲେ ସୋମା ରାୟ ଚୌଧୁରୀ, ଅର୍ଚ୍ଚନା ଶତପଥୀ, ଜୟନ୍ତୀ ପାତ୍ର, ସଙ୍ଗୀତା, ରୀନା, ହିମାନି, ମିନତୀ, ସସ୍ମିତା, ଶୁଭଶ୍ରୀ ଓ କସ୍ତୁରୀ । ସର୍ବଶ୍ରୀ ଏସ୍. ରାୟ ଚୌଧୁରୀ , ଡକ୍ଟର୍ ପି କେ ସାହୁ, ଡକ୍ଟର୍  ପି. କେ. ଦାସ, ଡକ୍ଟର୍ ଜୟନ୍ତ  ଆଚାର୍ଯ୍ୟ , ସୁଧାଂଶୁ ମହାପାତ୍ର, ଅଜିତ୍ ପୂଜାରୀ, ବଲଜିତ୍ ସିଂହ, ସତ୍ୟବ୍ରତ ମହାନ୍ତି, ପ୍ରଦୀପ ମହନ୍ତ, ଅଜୟ ଖଟୁଆ, ଅଶ୍ଵିନୀ ସିଂ, ଅଶୋକ ପଟେଲ, ରାମ ମହନ୍ତ, ପ୍ରଭାତ, ବିକାଶ, ବିଭୁଦତ୍ତ, ସୌମେନ୍ଦ୍ର, ରଞ୍ଜିତ, ଉତ୍ତମ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । ଫିରୋଜ୍ ମଞ୍ଚ ସଞ୍ଚାଳନ କରିଥିଲେ। କାର୍ଯ୍ୟକ୍ରମ ର ଆୟୋଜନ ସମ୍ପାଦକ ସତ୍ୟବ୍ରତ  ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *