ବୀରସ୍ୱତୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ

କେନ୍ଦ୍ରାପଡ଼ା,୦୯/୧୦/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମପଂଚାୟତର ବୀରସ୍ୱତୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ମିନତୀ କୁମାରୀ ବିଶ୍ୱାଳ ଯୋଗଦେଇଛନ୍ତି । ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କାକୁଲି ମଲ୍ଲିକ, ଶିକ୍ଷୟିତ୍ରୀ ସଂଜ୍ଞାସାଗରିକା ନାୟକ, ରେଣୁକା ଭୋଳ, ଶୁଭଲକ୍ଷ୍ମୀ ପତ୍ରୀ, ପ୍ରିୟବ୍ରତ ମହାରଣା, ସ୍ନେହଲତା ସାମଲ ଏବଂ ଓସ୍ତପୁର ପଂଚାୟତର ସରପଂଚ ପ୍ରସନ୍ନ କୁମାର ରାଉତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାସ ଜେନାଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବିଶ୍ୱାଳଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ବିଦ୍ୟାଳୟକୁ ସ୍ୱାଗତ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *