ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୪୫ତମ ଶ୍ରାଦ୍ଧ ବାର୍ଷିକୀ

ଭାରତୀୟ ଗଣତନ୍ତ୍ର ଜୟପ୍ରକାଶଙ୍କ ଯୋଗୁଁ ବଞ୍ଚିଛି

ଭୁବନେଶ୍ୱର,୦୮/୧୦/୨୦୨୪ (ଓଡ଼ିଶା ସମାଚାର)-ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଯେପରି କ୍ଷମତାର ସମସ୍ତ ସୋପାନକୁ ପାଦରେ ଆଡେଇ  ଦେଇ ରାଷ୍ଟ୍ର ନିର୍ମାଣକୁ ଜୀବନର ବ୍ରତ କରିଥିଲେ, ଠିକ୍ ସେହିପରି ଗାନ୍ଧୀ ଶିଷ୍ୟ ଲୋକନାୟକ ଜୟପ୍ରକାଶ  ନାରାୟଣ ପ୍ରଧାନମନ୍ତ୍ରୀ, ଉପ ପ୍ରଧାନମନ୍ତ୍ରୀ ଭଳି  ଲୋଭନୀୟ ପଦବୀ ସବୁକୁ ପାଦରେ ଆଡେଇ ଦେଇ  ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ସେବାରେ ଆଜୀବନ କାର୍ଯ୍ୟ କରିଥିଲେ। ଭାରତ ଛାଡ ଆନ୍ଦୋଳନର ମହାନାୟକ ଜୟପ୍ରକାଶ ଗାନ୍ଧୀଜୀଙ୍କ ପରେ ଭାରତୀୟ ଜନସାଧାରଣଙ୍କ ବିବେକର ପ୍ରତୀକ ସାଜିଥିଲେ। ଭ୍ରଷ୍ଟାଚାର ମୁକ୍ତ ଭାରତ ଓ ଏକଛତ୍ରବାଦ ମୁକ୍ତ ଭାରତର ସଜାଗ ପ୍ରହରୀ ଭାବରେ ସେ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନର ନେତୃତ୍ଵ ନେଇ ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦ କବଳରୁ ଭାରତକୁ ଉଦ୍ଧାର କରିଥିଲେ। ସମାଜବାଦୀ ଆନ୍ଦୋଳନ ଓ ସର୍ବୋଦୟ ଆନ୍ଦୋଳନ ସହ ସାମିଲ ହୋଇ ଆଜୀବନ କାର୍ଯ୍ୟ କରି ସେ ଭାରତରେ ନୂଆ ଇତିହାସ ନିର୍ମାଣ କରିଥିଲେ। ଲୋକନାୟକ ଜୟପ୍ରକାଶ ଆନ୍ତର୍ଜାତୀୟ ଅଧ୍ୟୟନ ବିକାଶ କେନ୍ଦ୍ରର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରାକ୍ତନ କେନ୍ଦ୍ରୀ ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକନାୟକ ଜୟପ୍ରକାଶ ଆନ୍ତର୍ଜାତୀୟ ଅଧ୍ୟୟନ ବିକାଶ କେନ୍ଦ୍ର, ଜୟପ୍ରକାଶ ଫାଉଣ୍ଡେସନ, ମନମୋହନ ଚୌଧୁରୀ ସ୍ମାରକ ଟ୍ରଷ୍ଟ, ଲୋହିଆ ଏକାଡେମୀ ଓ ୟୁସୁଫ୍ ମେହେର ଅଲ୍ଲୀ ସେଣ୍ଟର ପକ୍ଷରୁ ଭୁବନେଶ୍ୱର ଲୋହିଆ ଏକାଡେମୀ ଠାରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୪୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବକ୍ତାମାନେ ଉପରୋକ୍ତ ମତ ପ୍ରଦାନ କରିଥିଲେ। ଏହି ସଭାରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଡ଼. ଦେବୀପ୍ରସନ୍ନ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ପାତ୍ର, ବିଜୟ ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା ମହାନ୍ତି, ଡଃ ବିଶ୍ଵଜିତ, ମିହିର ପ୍ରତାପ ଦାସ, ଦେବପ୍ରସାଦ ରାୟ , ମନୋଜ ଜେନା, କଲ୍ୟାଣ ଆନନ୍ଦ, ଅରୁଣ ଜେନା, ଅବନି ରାଉତରାୟ, ଅଶୋକ ଜେନା, ପ୍ରସନ୍ନ ବିଶୋଇ, ରାଜ କିଶୋର ସାହୁ, ମାନସ ପଟ୍ଟନାୟକ, ଶୁଭେନ୍ଦୁ ରାଉତରାୟ, ଶକ୍ତି ରାଉତରାୟ , ପ୍ରଦ୍ୟୁମ୍ନ ନାଏକ ପ୍ରମୁଖ ଶ୍ରଦ୍ଧା ନିବେଦନ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳେ ଲୋକନାୟକ ଜୟପ୍ରକାଶ ଆନ୍ତର୍ଜାତୀୟ ଅଧ୍ୟୟନ ବିକାଶ କେନ୍ଦ୍ର ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଜୟପ୍ରକାଶଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଜୟପ୍ରକାଶ ଫାଉଣ୍ଡେସନର ସମ୍ପାଦକ ପ୍ରଭାସ ଚନ୍ଦ୍ର ସାମନ୍ତରାୟ ସଭା ସଞ୍ଚାଳନ କରିଥିବା ବେଳେ ଓ ବଜ୍ରାଦିତ୍ୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *