କଟକ ସଦର,୧୧/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ ସର୍ଵ ପୁରାତନ କିଶନନଗର ଥାନା ଅଞ୍ଚଳରେ ଆଜକୁ କିଛିଦିନ ହେଲା ମନ୍ଦିର, ଦୋକାନ, ଘର, ଛେଳି ଚୋରି କ୍ରମାଗତ ଭାବରେ ବୃଦ୍ଧି ପାଉଥିଲା । ଗତକାଲି ରବିବାର ବିଳମ୍ବିତ ରାତିରେ ପୁଣି ଵାଲିସୁକ୍ରି ଗ୍ରାମର ଅବଦୁଲ ରହିମ ଖାଁ ଘରେ ଚୋରମାନେ କଳାକନା ବୁଲାଇବା ସହିତ ଅନ୍ୟ ୫ ଜଣଙ୍କ ଘରେ ପଶି ଚୋରି କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ସାଧାରଣରେ ଉଦବେଗ ପ୍ରକାଶ ପାଇବା ସହିତ କୋକୁଆ ଭୟ ସୃଷ୍ଟି ହୋଇଛି। ଖଵର ପାଇ ଆଜି ସୋମବାର ସକାଳେ ଉତ୍କଳ ବିକାଶ ପରିଷଦ ସଭାପତି ତଥା କଟକ ସଦର ଵିଜେପି ଯୁବ ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ପୀଡିତ ପରିଵାରକୁ ଭେଟିଛନ୍ତି। ଥାନା ଅଞ୍ଚଳରେ ପୋଲିସ ଵ୍ୟଵ୍ୟସ୍ଥାକୁ କଡାକଡି କରାଯିବା ସହିତ ଚୋରଙ୍କୁ ଅବିଳମ୍ବେ ଧରିବାକୁ ପ୍ରକାଶ ପୋଲିସ ଅଧିକ୍ଷକ ମିହିର ପଣ୍ଡାଙ୍କୁ ଟେଲିଫୋନ ଯୋଗେ ଦାଵି ଉପସ୍ଥାପନ କରିଛନ୍ତି। ଏସ୍ ପି ଙ୍କ ନିର୍ଦ୍ଦେଶକ୍ରମେ ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ନିହାର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ନିଶ୍ଚିନ୍ତକୋଇଲି ଥାନାଧିକାରୀ ଯୁଗଳ କିଶୋର ଦାଶ, କିଶନନଗର ଥାନାଧିକାରୀ ରଶ୍ମି ରଞ୍ଜନ ଦାସ ଘଟଣା ସ୍ଥଳକୁ ସନ୍ଧାନୀ ପୋଲିସ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହ ଯାଇ ଛାନଭିନ୍ ଚଳାଇଥିବା ଵେଳେ କୈ। ଣସି ସୁରାକ ମିଳିନଥିବା ଜଣାପଡିଛି। ପୂର୍ବରୁ ହୋଇଥିବା କେତେକ ଚୋରି ଘଟଣାରେ ପୋଲିସ ୪ ଜଣ ଚୋରଙ୍କୁ ଧରି ଥାନାରେ ଅଟକ ରଖିଵା ସହିତ ଚୋରି ସାମଗ୍ରୀ ସେମାନଙ୍କ ଠାରୁ ଜବତ କରିଥିବା ପରବର୍ତ୍ତୀ ଖବରରୁ ଜଣାଯାଇଛି। ତେବେ ଵାଲିସୁକ୍ରି ଚୋରି ଘଟଣାରେ ଚୋରମାନେ ଯଥାଶୀଘ୍ର ଧରାହେଵେ ଵୋଲି ପୋଲିସ ପକ୍ଷରୁ ଦୃଢକ୍ତି ପ୍ରକାଶ ପାଇଛି ।
କିଶନନଗର ଥାନା ଅଞ୍ଚଳରେ ଚୋରି ବୃଦ୍ଧି, ଲୋକେ ଆତଙ୍କିତ, ପୋଲିସ ଵ୍ୟଵ୍ୟସ୍ଥା କଡ଼ାକଡ଼ି କରିଵାକୁ ଵିଜେପି ନେତା ଙ୍କ ଦାଵି
