ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ

ଭୁବନେଶ୍ୱର, ୦୨/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗାନ୍ଧୀବାଦ ଏକ ବିଶାଳ ଚିନ୍ତାଧାରା ।ଗାନ୍ଧୀବାଦର ମୂଳମନ୍ତ୍ର ହେଉଛି ସତ୍ୟ ଓ ଅହିଂସା । ଏହା କେବଳ  ଏକ ବିଶ୍ଵାସ ନୁହେଁ । ଗାନ୍ଧୀଜୀଙ୍କ ପାଇଁ ଏହା ଥିଲା ଜୀବନ ସଂହିତା। ତାଙ୍କ ସମଗ୍ର ଜୀବନକୁ ଧାରଣ କରିଥିବା ଏକ ମହାନ ଆଦର୍ଶ । ଭାରତରସ୍ଵାଧିନତାପାଇଁ ଗାନ୍ଧୀଜୀ ଏହି ସତ୍ୟ ଓଅହିଂସା ମାର୍ଗ ବାଛିଥିଲେ ।

          ଭାରତୀୟଙ୍କ ହୃଦୟରେ ଗାନ୍ଧୀଜୀ ଥିଲେ ଏକ ମହତ୍ତର ଚେତନା । ଏକ ଅଗ୍ନିର  ସ୍ଫୁଲିଙ୍ଗ ତାଙ୍କ ଆହ୍ଵାନରେ ଦେଶ ଲଢିଲା ଅହିଂସାର ଲଢେଇ । ପୃଥିବୀ ଇତିହାସରେ ଲେଖାଗଲାମୁକ୍ତି ସଂଗ୍ରାମର ନୂଆ କାହାଣୀ । ଅଗଣିତ ଭାରତୀୟଙ୍କହୃଦୟରେ ରାଷ୍ଟ୍ରପିତା ଭାବରେ ପୂଜା ପାଇଲେ ବାପୁଜୀ ।

          ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପବିତ୍ର ଜୟନ୍ତୀ ଉପଲକ୍ଷେ ବିଧାନସଭା ପରିସରରେ ଆୟୋଜିତ ପ୍ରାର୍ଥନା ସଭା କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡିଶାର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ,ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ,ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ଉପ ବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ସଂସଦୀୟ ବ୍ୟାପାର,ସ୍ୱାସ୍ଥ୍ୟ  ଓ ପରିବାର କଲ୍ୟଣ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ,ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ,ବିଧାୟକ ଶ୍ରୀ ବାବୁ ସିଂ, ଶ୍ରୀ ଦୁଷ୍ମନ୍ତ କୁମାର ସ୍ଵାଇଁ, ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ,ନିର୍ଦେଶକ ଶ୍ରୀ ସରୋଜ କୁମାର ସାମଲ,ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ରହି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

          ଏହି କାର୍ଯ୍ୟକର୍ମରେ ଶାସ୍ଵତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆଶ୍ରମ ଭଜନ ଓ ରାମଧୂନ ପରିବେଷଣ କରାଯାଇଥିଲା ।

                                                                                              -0-

ବିଭୁତି ନାୟକ ,ଲୋକସମ୍ପର୍କ ଆଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *