କନ୍ଦରପୁର ଷ୍ଟେଟ ବ୍ୟାଙ୍କ ସେବା ଦେବାରେ ବିଫଳ, ମହିଳା କର୍ମଚାରୀଙ୍କ ଦୁର୍ବ୍ୟବହାରେ ଗ୍ରାହକ ଅତିଷ୍ଠ

କଟକ ସଦର ,୩୦/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସରକାରଙ୍କ ସୁଭଦ୍ରା ଯୋଜନା କାର୍ୟ୍ୟକାରୀ ହେବା ପରେ ବ୍ୟାଙ୍କ୍ ମାନଙ୍କରେ ମହିଳା ମାନଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହେଉଛି। ଏଥିରେ କନ୍ଦରପୁର ଠାରେ ଥିବା ଷ୍ଟେଟ ଵ୍ୟାଙ୍କ ସେବା ଦେବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ମହିଳା ମାନେ ଗୋଟିଏ ଗୋଟିଏ ଦିନ ଅଖିଆ ଅପିଆ ସେବା ପାଇବାକୁ ଅପେକ୍ଷା କରି ରହୁଥିବା ଦେଖାଯାଉଛି। ସେଥିରେ ଜନୈକା ମହିଳା କର୍ମଚାରୀଙ୍କ ସେବା ଅପେକ୍ଷା ଵ୍ୟଵହାର ରେ ଗ୍ରାହକ ମାନେ ଅତିଷ୍ଠ ହୋଇ ପଡୁଛନ୍ତି। ମହିଳା କର୍ମଚାରୀ ଜଣକ ଅଧିକ ସମୟ ଫୋନ୍ ରେ ବ୍ୟସ୍ତ ରହୁଥିବାରୁ ସେବା ଦେବାରେ ବିଫଳ ହେଉଛନ୍ତି।ଏ ସମ୍ପର୍କରେ ଶାଖା ପ୍ରବନ୍ଧକଙ୍କୁ ଯେତେ ଅଭିଯୋଗ କଲେ ମଧ୍ୟ ସିଏ ନିରବଦ୍ରଷ୍ଟା ସାଜିଵା କେଉଁ କାରଣ ରୁ  ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ସହିତ ବ୍ୟାଙ୍କ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *